ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର ୧୦/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର ୧୭ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ ।

ଏବେ ଯାଏଁ କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୁଡାନ୍ତ ହୋଇ ନାହିଁ । ପଦ୍ମପୁର ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀଙ୍କ ପାଖରେ ନାମାଙ୍କନ ପତ୍ର ଦାଖଳ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ହୋଇ ସାରିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।

nis-ad
Leave A Reply

Your email address will not be published.