ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି !

ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତନରୁ ୪.୫ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା ୯ରୁ ୧୧ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଗତି କରି ତାମିଲନାଡୁ-ପୁଡୁଚେରୀ ଉପକୂଳ ମୁହାଁଇବ । ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାର ସମ୍ଭାବନା ରହିଛି ।

କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୦ରୁ ୧୨ ତାରିଖ ଯାଏ ତାମିଲନାଡୁ, ପୁଡୁଚେରୀ ଓ କଡ଼ାଇକାଲରେ ବର୍ଷା ହେବ । ସେହିପରି ରାୟଲସୀମା ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ୧୧ ଓ ୧୨ ତାରିଖରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଯାଏ ପବନ ବହିବ । ଏହା ଘଣ୍ଟା ପ୍ରତି ୬୫ କିମି ଛୁଇଁପାରେ ।

nis-ad
Leave A Reply

Your email address will not be published.