ସବୁ ବର୍ଗରେ ନିନ୍ଦା ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ…
ବ୍ରହ୍ମପୁର : ହେତୁବାଦୀ ସଙ୍ଗଠନ ପକ୍ଷରୁ ଚନ୍ଦ୍ରଗ୍ରହଣରେ ଆୟୋଜିତ ସାମୁହିକ ଭୋଜନ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି।ଏଥିପାଇଁ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଚନ୍ଦ୍ରଗ୍ରହଣ ରେ ବୈଜ୍ଞାନିକ ନୀତିକୁ ଅନୁସରଣ କରି ହେତୁବାଦୀ ସଙ୍ଗଠନ ପକ୍ଷରୁ ହନୁମାନ ବଜାର ସ୍ଥିତ ମାନସ ଭବନ ନିକଟରେ ସାମୁହିକ ଭୋଜନ ଆସର ଆୟୋଜିତ ହୋଇଥିଲା।ଗ୍ରହଣ ସମୟରେ ଭୋଜନ କରିବା ଦ୍ୱାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଘଟିବ ନାହିଁ ଏବଂ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।ତେବେ ଏଭଳି କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛି ଗଞ୍ଜାମ ଜିଲ୍ଲାବ୍ରାହ୍ମଣ ପୁରୋହିତସମିତି।ସମିତିର ବହୁ ସଦସ୍ୟ ଯୋଗଦେଇ ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ପ୍ରତିବାଦ କରିଥିଲେ।ଏହା ଦ୍ୱାରା ହିନ୍ଦୁ ସଂସ୍କୃତି ପ୍ରତି ଘୋର ଅପମାନ, ଏହା ସନାତନ ଧର୍ମ ସଂସ୍କୃତି ଓ ପରମ୍ପରା ଆଦିକୁ ବିଜ୍ଞାନ ନାମରେ ଅପମାନିତ କରାଯାଇଛି। ପବିତ୍ର ପୀଠ ରାମ ମନ୍ଦିର ନିକଟରେ ଏଭଳି ଆମିଷ ଭୋଜନ ପରିବେଷଣ କୁ ମଧ୍ୟ ତୀବ୍ର ବିରୋଧ କରିଥିଲେ।ପରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ବହୁ ସଦସ୍ୟ ଯୋଗଦେଇ ହେତୁବାଦୀ ଙ୍କ ଦ୍ଵାରା ଆୟୋଜିତ ସାମୁହିକ ଭୋଜନ ସ୍ଥାନରେ ପହଞ୍ଚି ଥିଲେ।ହେତୁବାଦୀ ମାନଙ୍କ ଦ୍ୱାରା ଏଭଳି ପ୍ରୟାସ କୁ ତୀବ୍ର ନିନ୍ଦାକରି ନାରାବାଜି କରିଥିଲେ।ପୂର୍ବରୁ ବଜରଙ୍ଗ ଦଳ ପକ୍ଷରୁ ଭିଡିଓ ବାର୍ତ୍ତା ଜାରିକରି ଏହାକୁ ବନ୍ଦ କରିବା ପାଇଁ ନିବେଦନ
କରାଯାଇଥିଲା।ଯଦି ହେତୁବାଦୀ ସଙ୍ଗଠନ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।ଯାହାକୁ ଦୃଷ୍ଟି ରେ ରଖି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା।ତେବେ ବଜରଙ୍ଗ ଦଳ ର ସଦସ୍ୟ ମାନଙ୍କୁ ପୋଲିସ ଅଟକାଇଥିଲା।ସଦସ୍ୟ ମାନେ ଉକ୍ତ ଭୋଜନ କାର୍ଯ୍ୟକ୍ରମ ସ୍ଥାନରେ ପହଞ୍ଚି ଟେଣ୍ଟ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ।ଫଳରେ ଉତ୍ୟକ୍ତ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ସଦସ୍ୟ ଙ୍କୁ ଘଉଡାଇବା ପାଇଁ ଟାଉନ ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମୃଦୁ ଲାଠି ଚାଳନା କରିଥିଲା।କିନ୍ତୁ ସଦସ୍ୟ ମାନେ କୌଣସି ବଳ ପ୍ରୟୋଗ କୁ ଖାତିର ନ କରି ବରିଷ୍ଠ ବିଜେପି ନେତା ରାମ କୁମାର ପାତ୍ର, ମହନ୍ତ ଚିନ୍ମୟା ନନ୍ଦ ମହାରାଜ, ଭବାନୀ ଦାସ ଙ୍କ ନେତୃତ୍ୱରେ ବହୁ ସଦସ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ।ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ନେଇ ନାକେଦମ ହେବାକୁ ପଡିଥିଲା ପୋଲିସ କୁ ପରେ ଘଟଣା ସ୍ଥଳରେ ଅତିରିକ୍ତ ଏସପି ଅସୀମ ପଣ୍ଡା ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପହଞ୍ଚି ଉଭୟ ପକ୍ଷକୁ ଆଲୋଚନା କରିଥିଲେ।ତୁରନ୍ତ ସାମୁହିକ ଭୋଜନ ପରିବେଷଣ କାର୍ଯ୍ୟକ୍ରମ କୁ ବନ୍ଦ କରିବାକୁ ଅଡି ବସିଲେ ବଜରଙ୍ଗ ସଦସ୍ୟ।ଶେଷରେ ପୋଲିସ ହେତୁବାଦୀ ସଙ୍ଗଠନ ସଦସ୍ୟଙ୍କୁ ନିଜ ହେପାଯତରେ ସୁରକ୍ଷିତ ସହିତ ବାହାର କରି ବଡବଜାର ଥାନାକୁ ନେଇ ଯାଇଥିଲା।ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଘଟଣା ସ୍ଥଳରୁ ବଜରଙ୍ଗ ସଦସ୍ୟ ଙ୍କୁ ମଧ୍ୟ ଘଉଡ଼ାଇ ଥିଲା ପୋଲିସ।ତେବେ ଉଭୟ ପକ୍ଷରୁ ବଡବଜାର ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିବା ସୂଚନା ମିଳିଛି। ତେବେ ହେତୁବାଦୀ ସଙ୍ଗଠନର ଏଭଳି କାର୍ଯ୍ୟକ୍ରମ କୁ ତ୍ରିବ ନିନ୍ଦା କରିଛି ଜିଲ୍ଲା ବିଜେପି। ପ୍ରେସ ବାର୍ତ୍ତା ମାଧ୍ୟମରେ ଏହାକୁ ନିନ୍ଦା କରିବା ସହିତ ସନାତନ ଧର୍ମ କୁ ଆକ୍ଷେପ କରି ଯଦି କିଛି କରାଯାଏ ତେବେ ଘୋର ବିରୋଧ କରାଯିବ ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ପତି ଚେତାବନୀ ଦେଇଛନ୍ତି। ବ୍ରହ୍ମପୁର ପରି ଏକ ସଂସ୍କୃତି ଓ ପରମ୍ପରା ର ସହର ରେ ହେତୁବାଦୀ ଙ୍କ ଏପରି ବିଚାର କୁ ବୁଦ୍ଧିଜୀବି ଏବଂ ଐତିହାସିକ ଗବେଷକ ମାନେ ନିନ୍ଦା କରିବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଗ୍ରହଣ ରେ ଆମିଷ ଖାଇବା ପାଇଁ ଆସର କରିବା ବଡ଼ ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ ବୋଲି କହି ଛନ୍ତି।