ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ବୋରିଗୁମ୍ମା ୦୮।୧୧ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ l କୋରାପୁଟ ଜିଲ୍ଲା ଜାତୀୟ ରାଜପଥ ୨୬ ମଝିଆ ଗାଁ ପାଖରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସକାଳେ ଗ୍ରାମରକ୍ଷୀ ପ୍ରଥମେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲେ । ଏହାପରେ ତୁରନ୍ତ ବୋରିଗୁମ୍ମା ପୋଲିକୁ ଖବର ଦେଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଯାହାକୁ ପରିବାର ଲୋକେ ବିରୋଧ କରିଥିଲେ । ମୃତ ମହିଳାଙ୍କ ଜଣଙ୍କ ବଡମଝିଆ ଗାଁର ଦୈମୋତି ଭତ୍ରା ଏବଂ ମୃତ ବ୍ୟକ୍ତି ଜଣଙ୍କ ଲିଟି ମଝିଆ ଗାଁର ରାମଧର ଭତ୍ରା ବୋଲି ଜଣାପଡିଛି ।

ତେବେ ମୃତ ମହିଳାର ଦୁଇଟି ଝିଅ ଏବଂ ଦୁଇଟି ପୁଅ ଥିବା ବେଳେ ମୃତ ବ୍ୟକ୍ତିର ଦୁଇଟି ପୁଅ ଥିବାର  ସୂଚନା ରହିଛି । ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ଏବଂ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାର ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ବୋରିଗୁମା SDPO କହିଛନ୍ତି l

nis-ad
Leave A Reply

Your email address will not be published.