ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍ ଘଟଣା, ବନ୍ଧାହେଲେ ପିଇଓ

ଆନନ୍ଦପୁର ୦୮/୧୧: ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଘଟଣା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଛି ସୋସୋ ଥାନା ପୋଲିସ୍ । ଗିରଫ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ଅଭିଯୁକ୍ତ ପିଇଓ ନରହରି ନାୟକ ।

ହରିଶ୍ଚନ୍ଦ୍ର ଯୋଜନାର ଏହି ଦୁର୍ନିତି ରେ ଅନ୍ୟ ଦୁଇ ପ୍ରମୁଖ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ପ୍ରତିଭା ନାୟକ ଓ ଜିଆରଏସ୍ ପୂର୍ଣ୍ଣଚନ୍ଦ୍ର ଥାଟୋଇ ଏବେ ମଧ୍ୟ ଫେରାର ଅଛନ୍ତି । ବାଲିବରେଇ ପଞ୍ଚାୟତ ରେ ମୃତ ବ୍ୟକ୍ତିଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥ ନଦେଇ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ।

ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ବିଡିଓ ଙ୍କ ତତ୍ତ୍ଵାବଧାନରେ ଏକ ତଦନ୍ତକାରୀ ଟିମ୍ ଘଟଣାର ତଦନ୍ତ କରିଥିଲେ । ତଦନ୍ତରେ ଘଟଣାରର ସତ୍ୟତା ଜଣାପଡିବାରୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୩୦ ତାରିଖରେ ହାଟଡିହି ବିଡିଓ ତିନି ଅଭିଯୁକ୍ତଙ୍କ ନାମରେ ସୋସୋ ଥାନାରେ ମାମଲା ରୁଜୁ କରିଥିଲେ ।

nis-ad
Leave A Reply

Your email address will not be published.