କାର୍ତ୍ତିକ ଶେଷ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା : ଧର୍ମ ମାସ କାର୍ତ୍ତିକର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବୁଦ୍ଧଖୋଲ ଗେଟ ଠାରୁ ମନ୍ଦିର ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପୋଲିସ ମୂତୟନ ଥିଲେ | ଘାଟି ରାସ୍ତାରେ ବାଇକ ଗୁଡିକ ପାର୍କିଂ ବ୍ୟବସ୍ଥା କରାଯାଇ ଥିବାରୁ ଭକ୍ତ
ମାନେ ଗାଡି ରଖି ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ପଞ୍ଚ ମହାଦେବଙ୍କୁ ଦର୍ଶନ କରିଥିଲେ । ବୁଦ୍ଧଖୋଲ ଉନ୍ନୟନ କମିଟିର ସଦସ୍ୟଗଣ ଏବଂ ସ୍ବେଚ୍ଛାସେବୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ | ବୁଦ୍ଧଖୋଲ ସମେତ କୁବେରେଶ୍ବର ଓ ଆମ୍ବିଳିଝରର ଲୋକନାଥେଶ୍ବର, ବାଲିପଦରସ୍ଥ ନୀଳକଣ୍ଠେଶ୍ଵର ଆଦି ଶୈବପୀଠ ସାଙ୍ଗକୁ ବଳଦେବ ଓ ବିରଞ୍ଚି ନାରାୟଣ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଲାଗି ରହିଥିଲା ।ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ହେତୁ ଦେବନୀତି ବନ୍ଦ ଯୋଗୁଁ ଅଞ୍ଚଳର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଆଜି ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.