ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଆଲୋଚନାଚକ୍ର

ଫୁଲବାଣୀ : ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଏକ ଆଲୋଚନାଚକ୍ର (ପତ୍ର ବାଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଦକ୍ଷୀଣ ପୂର୍ବ ସଂଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଗ ପରିଚାଳନା ସମିତିର ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ନାୟକ ଫୁଲବାଣୀ ସଙ୍କୁଳ ର ସଙ୍କୁଳ ପ୍ରମୁଖ ପବିତ୍ର ସାହୁ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ l ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାର ସଫଳ କ୍ରିୟାନୁୟସିରେ ଆମର ଭୂମିକା ପତ୍ର ବାଚନରେ ଅଂଶଗ୍ରହଣ କରିଥିଲେ l ଶିଶୁ ବାଟିକା ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l

nis-ad
Leave A Reply

Your email address will not be published.