ପରିବାରର ୩ ଜଣଙ୍କୁ ମାରି ପୋତି ଦେଲା ନାବାଳକ

ତ୍ରିପୁରା : କଅଁଳ ବୟସରେ ଜଘନ୍ୟକାଣ୍ଡ। ପରିବାରର ୩ ଜଣଙ୍କୁ ପିଟି ପିଟି ମାରିଦେଲା ନାବାଳକ। ତ୍ରିପୁରାରେ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ପୋତି ଦେଇଛି । ଏହି ଘଟଣା ତ୍ରିପୁରାର କଲମପୁରର ଘଟିଛି।
ତ୍ରିପୁରାରେ ଜଣେ ୧୩ ବର୍ଷୀୟ ନାବାଳକ ନିଜ ମାଆ, ଭଉଣୀ, ଜେଜେବାପା ସମେତ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ହତ୍ୟା କରିବା ପରେ ମୃତଦେହକୁ ଘର ନିକଟରେ ଗାତ ଖୋଳି ପୋତି ଦେଇଥିଲା । ପଡୋଶୀ ଲୋକା ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ନାବାଳକକୁ ଗିରଫ କରି ପଚରାଉଚରା ଜାରି ରଖିଛି ପୁଲିସ ।
ସୂଚନାନୁଯାୟୀ, ତ୍ରିପୁରାର ଧଲାଇ ଜିଲାରେ ନିଜ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଛି ନାବାଳକ । ନାବାଳକ ଜଣକ ନିଜ ମାଆ,ଉଭଣୀ,ଜେଜେବାପା ଓ ପଡୋଶୀରେ ଥିବା ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ସମସ୍ତ ମୃତଦେହକୁ ମାଟିରେ ପୋତି ଦେଇଥିଲା ।
ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ତୁରନ୍ତ ନାବାଳକକୁ ଗିରଫ କରିଥିଲା । ନଭେମ୍ବର ୫ରେ ନାବାଳକ ନିଜ ପରିବାରର ୩ ଓ ପଡୋଶୀର ମହିଳାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ତେବେ ନାବାଳକ ଜଣକ କେଉଁ କାରଣରୁ ଏଭଳି ବୀଭତ୍ସ କାଣ୍ଡ ଘଟଣାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

nis-ad
Leave A Reply

Your email address will not be published.