ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ

ବଲାଙ୍ଗୀର ୦୬।୧୧ : ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ଶବ । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ତେବେ ରେଳ ଧାରଣାରେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର କାର ରହିଥିବା ଦେଖିବାକୁ ମିଳିଛି । ଯାହାକି ମୃତ ଯୁବତୀଙ୍କର ବୋଲି ଅନୁମାନ କରାଯାଉଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ତାଲପାଳି ପଡାର ସାରିକା ସାଏ ବୋଲି ଜଣାପଡିଛି । ଯୁବତୀ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଜଣାପଡିନାହିଁ । ବଲାଙ୍ଗିର ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

nis-ad
Leave A Reply

Your email address will not be published.