ୟୁକ୍ରେନ୍‌ ପାଇଁ ଆମେରିକାର ଯୁଦ୍ଧ ସହାୟତା ପ୍ୟାକେଜ୍‌

ୱାସିଂଟନ୍: ୟୁକ୍ରେନ୍‌ ପାଇଁ ଯୁଦ୍ଧ ସହାୟତା ଭାବେ ହାରାହାରି ୪୦୦ ନିୟୁତ ଡଲାର୍‌ ପ୍ୟାକେଜ୍‌ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍‌’ କ୍ଷେପଣାସ୍ତ୍ର, ‘ଫିନିକ୍ସ୍‌ ଘୋଷ୍ଟ୍‌ ଡ୍ରୋନ୍‌ ଆଦି ଅନେକ ଅସ୍ତ୍ରଶସ୍ତ୍ର ରହିଛି ବୋଲି ଶୁକ୍ରବାର ଦିନ ‘ପେଣ୍ଟାଗନ୍‌’ ଘୋଷଣା କରିଛି।

ୟୁକ୍ରେନ୍‌ ଆଶା କରିଥିବା ଉପରୋକ୍ତ ସହାୟତାରେ ଆକାଶ ମାର୍ଗରୁ ଆକ୍ରମଣ ପ୍ରତିହତ କରାଯିବ ଓ ବିଧ୍ବଂସୀ ଅସ୍ତ୍ର ଆକ୍ରମଣରୁ ନିରାପଦ ରହିବା ଯାନ ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ, ଜର୍ମାନ୍‌ର ‘ଲେପର୍ଡ’ ଅଥବା ଆମେରିକାର ‘ଆବ୍ରାମ୍‌ସ୍‌’ ଭଳି ସର୍ବାଧୁନିକ କମାଣ ଆଗରେ ‘ଟି-୭୨’ କମାଣ ତିଷ୍ଠି ପାରୁନାହିଁ। ତେଣୁ, ‘ଟି-୭୨’ କମାଣରେ ଆବଶ୍ୟକ ଉନ୍ନତିକରଣ ନିମନ୍ତେ ଆମେରିକା ପାଣ୍ଠି ଯୋଗାଇ ଦେବ।

‘ଡେପୁଟି ପେଣ୍ଟାଗନ୍‌ ପ୍ରେସ୍‌ ସେକ୍ରେଟେରି’ ସବ୍ରିନା ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି, ଚେକ୍‌ ସାଧାରଣତନ୍ତ୍ର ପ୍ରତିରକ୍ଷା ଶିଳ୍ପରୁ କମାଣ ଆସୁଛି। ‌ଉନ୍ନତିକରଣ ହେବାକୁ ଥବା ୪୫ଟି କମାଣ ନିମନ୍ତେ ସମସ୍ତ ବ୍ୟୟ ଆମେରିକା ଯୋଗାଇ ଦେବ। ନେଦର୍‌ଲାଣ୍ଡ୍‌ସ୍‌ ସରକାର ମଧ୍ୟ ସମୁଦାୟ ୯୦ଟି ‘ଟି-୭୨’ କମାଣ ଯୋଗାଇ ଦେବେ।

ସେ କହିଛନ୍ତି, ‘ଟି-୭୨’ ହେଉଛି ସୋଭିଏତ୍‌ ଅମଳର କମାଣ। ଏଥିରେ ‘ଆଡ୍‌ଭାନ୍‌ସ୍‌ଡ୍‌ ଅପ୍‌ଟିକ୍ସ୍‌, କମ୍ୟୁନିକେସନ୍‌ସ୍‌ ଆଣ୍ଡ୍‌ ଆର୍ମର୍‌ ପ୍ୟାକେଜ୍‌’ ଲାଗିବ। ସେଥିରୁ କେତେକ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏବଂ ବାକି ୨୦୨୩ରେ ଯୋଗାଇ ଦିଆଯିବ। ଆଧୁନିକ କମାଣ ବ୍ୟୟବହୁଳ ଏବଂ ବ୍ୟବହାର କରିବା ସେତେ ସହଜ ହେବ ନାହିଁ। ଏଥିପାଇଁ ବ୍ୟାପକ ତାଲିମ ଆବଶ୍ୟକ। କାରଣ, ୟୁକ୍ରେନୀୟମାନେ ‘ଟି-୭୨’ କମାଣ ଚଳାଇବାରେ ଅଭିଜ୍ଞ ଅଟନ୍ତି।

ସେହିପରି, ରୁଷୀୟ ‘ଡ୍ରୋନ୍‌’ ଓ ‘କ୍ଷେପଣାସ୍ତ୍ର’ର ମୁକାବିଲା କରିବା ଲାଗି ଉନ୍ନୀତ କରାଯାଇଥିବା ‘ହକ୍‌’ କ୍ଷେପଣାସ୍ତ୍ର ମଧ୍ୟ ୟୁକ୍ରେନ୍‌କୁ ଯୋଗାଇ ଦିଆଯିବ। କିନ୍ତ, ଏହା କେତେ ସଂଖ୍ୟାରେ ଯୋଗାଇ ଦିଆଯିବ, ସେ ବିଷୟରେ ସେ ସୂଚନା ଦେଇନାହାନ୍ତି।

ଏହା ବ୍ୟତିରେକେ, ଏହି ସହାୟତା ପ୍ୟାକେଜ୍‌ରେ ରହିଛି ୧,୧୦୦ଟି ‘ଫିନିକ୍ସ ଘୋଷ୍ଟ୍‌ ଡ୍ରୋନ୍‌’, ୪୦ ସୁରକ୍ଷା କବଚ ଥିବା ବୋଟ୍‌’ ଏବଂ ସୁରକ୍ଷା କବଚ ଥିବା ୨୫୦ଟି ‘ଏମ୍‌୧୧୧୭’ ଯୁଦ୍ଧଯାନ ନବୀକରଣ ନିମନ୍ତେ ଆବଶ୍ୟକ ପାଣ୍ଠି।

nis-ad
Leave A Reply

Your email address will not be published.