ବାଙ୍କୀ ଜାରିଆ ନିକଟସ୍ଥ ଜଙ୍ଗଲରୁ ୧୫ ଫୁଟର ଅଜଗର ଉଦ୍ଧାର

ବାଙ୍କୀ: ୧୫ ଫୁଟର ଅଜଗର ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଡ଼ମପଡା-ଚନ୍ଦକା ଅଭୟାରଣ୍ୟର ଜାରିଆ ନିକଟସ୍ଥ ଜଙ୍ଗଲରୁ ଅଜଗର ଉଦ୍ଧାର କରାଯାଇଛି । ପୂର୍ବରୁ ସେହି ଜଙ୍ଗଲରୁ ସାନମୁଣ୍ଡଳୀ ଗାଁର ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିଥିବା ଅଭିଯୋଗ ହୋଇଥିଲା ।

ସେହି ସ୍ଥାନରେ ଆଉ ଏକ ଅଜଗର ବୁଲୁଥିବାର ଦେଖି ସ୍ଥାନୀୟ ଲୋକ ବାଙ୍କୀ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ୧୫ ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇ ବନ ବିଭାଗ ସହ ଚନ୍ଦକା ଅଭୟାରଣ୍ୟରେ ଛାଡି ଦିଆଯାଇଛି । ନନ୍ଦ ମଉସା ନିଖୋଜ ସ୍ଥାନରୁ ଆଉ ଏକ ଅଜଗରକୁ ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି ।

nis-ad
Leave A Reply

Your email address will not be published.