ବାଇକ୍ ଧକ୍କାରେ ବାଳକର ମୃତ୍ୟୁ

କରଞ୍ଜିଆ: ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ଅଖାପଲାଣ ପୋଲ ନିକଟରେ ସଡକ ଦୁର୍ଘଟଣା। ଗତକାଲି ରାତିରେ ବାଇକ ଧକ୍କାରେ ସାଇକେଲ ଚାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମପଞ୍ଚୟତ ଚାଇଁବାଇଁଶି ଗ୍ରାମର ଲାଲମୋହନ ନାଏକଙ୍କ ପୁଅ ରାହୁଲ (୧୬ ବର୍ଷ) ବୋଲି ଜଣାପଡିଛି। ଏହାସହ ଦୁର୍ଘଟଣାରେ ବାଇକ ଚାଳକ ଏବଂ ତାଙ୍କ ଭାଇ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସାଇକେଲ ଚାଳକ ରାହୁଲଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ଖବର ମୁତାବକ, କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଳିପୋଶି ଗ୍ରାମର ସୁଗ୍ରୀବ ନାଏକ ଓ ତାଙ୍କ ଭାଇ ବାଳି ନାଏକ ବାଇକ ଯୋଗେ ଠାକୁରମୁଣ୍ଡା ନିକଟ ପଣସଡ଼ିହା ଗ୍ରାମକୁ କୌଣସି କାମରେ ଆସୁଥିଲେ। ଏହି ସମୟରେ କେନ୍ଦୁଜିଆଣି ଠାରୁ ଔଷଧ ନେଇ ସାଇକେଲ ଯୋଗେ ରାହୁଲ ଏକୁଟିଆ ଘରକୁ ଫେରୁଥିବା ସମୟରେ ଅଖାପଲାଣ ପୋଲ ନିକଟରେ ସାଇକେଲ ପଛ ପଟରେ ବାଇକ ଧକ୍କା ଦେଇଥିଲା।

ଏନେଇ ଖବର ପାଇ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଁଚିବା ସହିତ ମୃତ ବାଳକର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ କରୁଛି।

nis-ad
Leave A Reply

Your email address will not be published.