ବନ ବଭାଗ କାର୍ଯ୍ୟାନୁଷ୍ଠାନ: ଦେଶୀ ବନ୍ଧୁକ ସହିତ ୨ ଅଭିଯୁକ୍ତ ଗିରଫ

ତେଲକୋଇ ୦୪/୧୧: ୨ଟି ଦେଶି ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁରୁଚରଣ ନାୟକ, ଅଖିଳ ସାହୁ। ସେମାନେ ପଡ଼ିଆପଶି ଓ ବଳଭଦ୍ରପୁର ବାସିନ୍ଦା ବାଲି ଜଣାପଡ଼ିଛି। ବେଆଇନ ଭାବେ ଏମାନେ ଦେଶି ବନ୍ଧୁକ ରଖିଥିଲେ।

ବନ୍ୟଯନ୍ତୁ ଶିକାର ଉଦ୍ଦେଶ୍ୟରେ ସେମାନେ ଏହି ବନ୍ଧୁକ ରଖିଥିଲେ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ  ଜାଣିପାରିଥିଲେ। ପରେ ତାଙ୍କ ନିର୍ଦ୍ଦେଶରେ ତେଲକୋଇ ବନାଞ୍ଚଳ ଅଧିକାରୀ ଓ ବିମଳା ଫରେଷ୍ଟ ବିଟର ବନକର୍ମଚାରୀ ଚଢ଼ଉ କରି ସେମାନଙ୍କ ଘରୁ ୨ଟି ବନ୍ଧୁକ ଜବତ କରିଥିଲେ। ଏହା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଥାଉକି, ତେଲକୋଇ ରେଞ୍ଜରେ ବିଭିନ୍ନ ପ୍ରକାର ବନ୍ୟଯନ୍ତୁ ବସବାସ କରନ୍ତି।

nis-ad
Leave A Reply

Your email address will not be published.