ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କିମ୍ବା ସାମୁଦ୍ରିକ ଝଡ଼ !

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଓ୍ଵିଣ୍ଡି ପୂର୍ବାନୁମାନ କରିଛି । ଓ୍ଵିଣ୍ଡିର ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆକଳନ କରିଛି ।

ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ଆକଳନ କରିଛନ୍ତି, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏଥିପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।

କିନ୍ତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ଟ୍ରାକ୍‌ ଓ ତୀବ୍ରତା ବାବଦରେ କୌଣସି ପୂର୍ବାନୁମାନ କରି ନାହାନ୍ତି ଜାସନ୍‌ ନିକୋଲସ୍‌ । ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ କି ସାମୁଦ୍ରିକ ଝଡ଼ ନେଇ କୌଣସି ପୂର୍ବାମନୁମାନ କରିନି ଭାରତୀୟ ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.