ଭୁବନେଶ୍ବର ଏମ୍ସରୁ ୧୩ ଦଲାଲ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରୁ ଦଲାଲ୍‌ ଗିରଫ । ଟିକେଟ ଦଲାଲ କରୁଥିବା ଅଭିଯୋଗ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ବହୁ ଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍‌ କାଟି ବ୍ଲାକରେ ବିକ୍ରି କରୁଥିଲେ । ଏମ୍‌ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ହେଉଛି ।

କିନ୍ତୁ ଦଲାଲ ଆଗୁଆ ଟିକେଟ୍‌ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇଁ ଆଜି ଚଢ଼ାଉ କରିଥିଲା ଖଣ୍ଡଗିରି ଥାନା ପୋଲିସ । ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ଖୋଳତାଡ ଜାରି ରହିଛି ।

nis-ad
Leave A Reply

Your email address will not be published.