୨ ମାସ ହେଲା ରୋଜଗାରିଆ ପୁଅ ନିଖୋଜ

ହିଞ୍ଜିଳିକାଟୁ (୪।୧୧) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ ୬ର କୋରା ମହାରଣାଙ୍କ ରୋଜଗାରିଆ ପୁଅ ସଚିନ ମହାରଣା ବୟସ ପ୍ରାୟ ୨୪, ରୋଜଗାର ପାଇଁ କଵିସୂର୍ଯ୍ୟନଗର ଯାଇଥିବା ବେଳେ ୨ ମାସ ହେଲା ତାଙ୍କ ପତ୍ତା ମିଳୁନି। ନିଖୋଜ ପୁଅ ସଚିନ ର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ଓ ମା । ୨ ମାସ ବିତିଯାଇଥିଲେ ସୁଦ୍ଧା ଏଯାଏ ନା ପୁଅର ମିଳିଛି ଖୋଜ ଖବର ନା କୌଣସି ଠିକଣା। ପୂଅର ଆସିବା ବାଟକୁ ଚାହିଁ ଆଖିରୂ ଲୂହ ଝରାଉଛନ୍ତି ମା ,ବାପା ଓ ପରିବାର ଲୋକେ। କବିସୂର୍ଯ୍ୟନଗର ରେ ସାହୁକାର ଓ କଣ୍ଟ୍ରାକ୍ଟର ଦ୍ୟାରା କାମ କରୁଥିବା ବେଳେ ସଚିନଙ୍କ ବାବଦରୁ ପଚାରିଲେ ମିଳୁଛି ଧମକଚମକ। ତିନି ସନ୍ତାନ ସହ ରୋଗିଣୀ ସ୍ବାମୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ରହୁଥିବା ମହିଳା ଜଣକ ନିଜ ପୁଅକୁ ଫେରାଇ ଅଣିବାକୁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି।
ସୂଚନା ମୁତାବକ, ହିଞ୍ଜିଳିକାଟୁ ପୌରପରିଷଦ ବ୍ଳକ କଲୋନୀର କୋରା ମହାରଣାଙ୍କ ପୁଅ ସଚିନ ମହାରଣା (୨୪) ଦିନମଜୁରିଆ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ତେବେ ଅଧିକ ରୋଜଗାରର ଲୋଭ ଦେଖାଇ ବିଗତ ବର୍ଷ ଡିସେମ୍ବର ମାସରେ କଵିସୂର୍ଯ୍ୟନଗର ଅଞ୍ଚଳର ଜଣେ ବ୍ୟକ୍ତି ସଚିନ କୁ ଟଙ୍କା ଲାଳସା ଦେଖାଇ ବଢେଇ କାମ କରିବାକୁ ସଚିନ ଙ୍କୁ କବିସୂର୍ଯ୍ୟନଗର ଡାକି ନେଇ ଯାଇଥିଲେ। ସେଠାରେ ଏକ ପ୍ଲାଏବୋର୍ଡ ଦୋକାନୀ କାମ ଦେବେ ବୋଲି କହିଥିଲେ। ତେବେ କାମ ଆରମ୍ଭର ବର୍ଷକ ପରେ ସଚିନ କାମ କରୁଥିବା ଟଙ୍କା ଵାବଦକୂ ଦୋକାନୀ ସହ ଯୁକ୍ତି ତର୍କ ହୋଇଥିଲା। ଦଷହରା ପୁଜା ନିମନ୍ତେ ସଚିନ ହିଞ୍ଜିଳିକାଟୁ ଆସି ୧୦ ଦିନ ପର୍ଯ୍ୟନ୍ତ କର୍ମଶାଳା କଵିସୂର୍ଯ୍ୟନଗର ଯାଇନଥିଲେ। ଗତ ମାସ ଅକ୍ଟୋବର ୯ ରିଖ ଦିନ କବିସୂର୍ଯ୍ୟନଗର କାମକୂ ଯାଇ ଆଉ ଫେରି ନଥିବା ପରିବାର ଲୋକେ କହନ୍ତି। ସଂନ୍ଧ୍ଯାରେ ହିଞ୍ଜିଳିକାଟୁ ଫେରିବି ବୋଲି ମା କୁମାରୀ ଙ୍କୁ ଫୋନ କରି କହିଥିଲେ ସଚିନ । ହଠାତ୍‌ ସଂନ୍ଧ୍ୟାରେ ସଚିନଙ୍କ ମୋବାଇଲ ଫୋନ ସୁଇଚ ଅଫ କହିଥିବାସହ ନିଖୋଜ ହୋଇ ଯାଇଥିଲେ। ପୁଅଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ବାପା କୋରା ଓ ସ୍ତ୍ରୀ ଚିନ୍ତା ରେ କାନ୍ଦୁଛନ୍ତି ।ଏପଟେ ନିଜ ସମ୍ପର୍କୀୟଙ୍କ ସହାୟତାରେ ପୁଅ ର ଖୋଜାଖୋଜିରେ ଯାହା କିଛି ସଞ୍ଚୟ ଥିଲା ସବୁ ସାରିଦେଲେଣି ମା କୁମାରୀ । ତଥାପି କିଛି ସନ୍ଧାନ ମିଳୁନି। ମୁଣ୍ଡ ଉପରେ ଦୁଇ ଝିଅ ଓ ରୋଗିଆ ସ୍ବାମୀ ର ବୋଝ। କେମିତି ପିଲାମାନଙ୍କ ପେଟକୁ ଦାନା ଦେବେ ଆଉ ପୁଅକୁ ଖୋଜିବେ କିଛି ବୁଦ୍ଧିବାଟ ପାଉନାହାନ୍ତି। ନିରାଶ ହେବା ପରେ ଏବେ ପୁଲିସ ଓ ପ୍ରଶାସନ ଉପରେ ଭରସା କରିଛନ୍ତି କୁମାରୀ ।ନିଖୋଜ ରୋଜଗାରିଆ ପୂଅ ସଚିନ ଙ୍କପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଓ ଘର କିପରି ଚାଲିବ ସେ ନେଇ ଚିନ୍ତାର ପରିଵାର ସମସ୍ତ ଲୋକ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ନିଖୋଜ ସଚିନ ଙ୍କ ଠାବ କରିବାକୁ ପୁଅକୁ ଖୋଜି ଆଣିବାକୁ ସଚିନ ଙ୍କ ମା କୁମାରୀ ଓ ରୋଗାଗ୍ରସ୍ତ ବାପା କୋରା ଆକୁଳ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.