ତୃତୀୟ ଉଦ୍ୟମ: ଚନ୍ଦ୍ର ଯାତ୍ରା ପାଇଁ ‘ଲଞ୍ଚ୍‌ ପ୍ୟାଡ୍‌’ ଅଭିମୁଖେ ‘ଆର୍ଟେମିସ୍‌-୧’

ନୂଆଦିଲ୍ଲୀ: ଚନ୍ଦ୍ର ଯାତ୍ରା ପାଇଁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆର୍ଟେମିସ୍-୧’ ଆଜି ‘ଭେଇକ୍ଲ୍‌ ଆସେମ୍ବ୍ଲି ବିଲ୍‌ଡିଙ୍ଗ୍‌’ରୁ ‘ଲଞ୍ଚ୍‌ ପ୍ୟାଡ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ‘ଓରିଅନ୍‌’ ମହାକାଶଯାନ ସହିତ ଏହି ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍’ ନଭେମ୍ବର ୧୪ ତାରିଖରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ।

‘ଆସେମ୍ବ୍ଲି ବିଲ୍‌ଡିଙ୍ଗ୍‌’ଠାରୁ ୬.୪ କିଲୋମିଟର୍‌ ଦୂରରେ ଥିବା ଫ୍ଲୋରିଡାସ୍ଥିତ ‘ନାସା’ର କେନେଡି ସ୍ପେସ୍‌ ସେଣ୍ଟର୍‌’ର ‘୩୯ବି’ ଲଞ୍ଚ୍‌ ପ୍ୟାଡ୍‌ରେ ପହଞ୍ଚିବାକୁ ଉକ୍ତ ରକେଟ୍‌ଟି ‘କ୍ରଲର୍‌-ଟ୍ରାନ୍‌ପୋର୍ଟର’ରେ ବୋଝେଇ କରି ନିଆଯାଉଛି।

ଚନ୍ଦ୍ରକୁ ଯିବା ପାଇଁ ଅତୀତରେ ଏହି ମହାକାଶଯାନ ଦୁଇଥର ଉଦ୍ୟମ କରିଥିଲେ ବି ଇଞ୍ଜିନ୍‌ ସମସ୍ୟା ଓ ଇନ୍ଧନ ଲିକ୍‌ କାରଣରୁ ଯାଇ ପାରି ନାହିଁ।

‘ବ୍ଲଗ୍’ ଅପ୍‌ଡେଟ୍‌ କରି ‘ନାସା’ କହିଛି, ‘ଭେଇକ୍ଲ୍‌ ଆସେମ୍ବ୍ଲି ବିଲ୍‌ଡିଙ୍ଗ୍‌’ରୁ ବାହାରି ଯିବା ପରେ ଉକ୍ତ ଚନ୍ଦ୍ର ରକେଟ୍‌ କିଛି ସମୟ ରହିବ। ଲଞ୍ଚ୍‌ ପ୍ୟାଡ୍‌କୁ ଯିବା ଆଗରୁ ବିଶେଷଜ୍ଞମାନେ ଏହାକୁ ପୁଣି ଥରେ ଯାଞ୍ଚ କରିବେ। ଲଞ୍ଚ୍‌ ପ୍ୟାଡ୍‌ରେ ପହଞ୍ଚିବାକୁ ଏହି ରକେଟ୍‌ବାହୀ କ୍ରଲର୍‌କୁ ୮ରୁ ୧୨ ଘଣ୍ଟା ଲାଗିବ।

ରକେଟ୍‌ ପ୍ୟାଡ୍‌ରେ ପହଞ୍ଚିଯିବା ପରେ ‘ନାସା’ ପୁଣି ସଦ୍ୟତମ ବିବରଣ ଜାରି କରିବ। ୧୯୬୦ ଏବଂ ୧୯୭୦ ଦଶକରେ ‘ଆପୋଲୋ’ ଚନ୍ଦ୍ରାଭିଯାନ ପରେ ଏହି ୪.୧ ବିଲିୟନ୍‌ ଟେଷ୍ଟ୍‌ ଫ୍ଲାଇଟ୍‌ ଜରିଆରେ ‘ନାସା’ ପୁଣି ଚନ୍ଦ୍ରାଭିଯାନରେ ଲାଗିବ। କିନ୍ତୁ, ଏହି ଅଭିଯାନରେ କୌଣସି ମାନବ ଯିବେନାହିଁ। ୨୦୨୪ ଦ୍ବିତୀୟ ଚନ୍ଦ୍ରାଭିଯାନ ପରେ ୨୦୨୫ରେ ଦୁଇଜଣ ବ୍ୟକ୍ତି ଚନ୍ଦ୍ରାବତରଣ କରିବେ।

nis-ad
Leave A Reply

Your email address will not be published.