ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଯୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ନାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନିଟି ମହାବିଦ୍ୟାଳୟ ଏବଂ ପାଞ୍ଚଟି କଲେଜ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
ଡାଇରେକଟର ସ୍ପୋର୍ଟ କାଉନ୍ସିଲ ଦ୍ୱାରା, ପି. ଜି. ଆଥଲେଟିକ୍ କ୍ଲବର ଭାଇସ ପ୍ରେସିଡେଣ୍ଟ ଡ଼. କିର୍ତ୍ତୀ ରଞ୍ଜନ ମଲ୍ଲିକ ଏହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିଲେ । ଡ଼. ନାୟକ, ସମସ୍ତ ଅଂଶଗ୍ରହଣକାରୀ ବାସ୍କେଟବଲ୍ ଛାତ୍ର ଛାତ୍ରୀ ଓ ଉଦ୍ୟୋଗୀ ଟିମଙ୍କୁ ଉତ୍ସାହ କରିଥିବା ବେଳେ ପି. ଜି. ଚେୟାରମ୍ୟାନ ପ୍ରଫେସର ଦୁର୍ଗା ଶଙ୍କର ପଟନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଟୁର୍ନାମେଣ୍ଟର ଶୋଭା ବଢ଼ାଇ ସବୁ ଟିମକୁ ପ୍ରେରଣା ଦେଇ କରିଥିଲେ । ସମସ୍ତ ବିଜେତା ଟିମଙ୍କୁ ଟ୍ରଫି ଏବଂ ଚେର୍ଟିଫିକେଟ ଦେଇ ଉତ୍ସାହିତ କରିଥିଲେ । ଏହି ଟୁର୍ନାମେଣ୍ଟରେ ଡ଼ି. ଆର. କଲେଜ, ନୟାପଲ୍ଲୀ ବିଜେତା ହୋଇଥିବା ବେଳେ ବି.ଜେ.ବି. ଅଟୋନମସ କଲେଜ ୠଣ୍ଣେର୍ସ ଅପ ହୋଇଥିଲେ ।

ଶ୍ରୀ. ଚତୁର୍ଭୁଜ ଜେନା ଟୁର୍ନାମେଣ୍ଟକୁ ସଂଯୋଜନା କରିଥିଲେ ଏବଂ ଏମ.ଡି. ସୟିଦ, ଡି. ପି. ସାହୁ, ପ୍ରହ୍ଲାଦ ପଣ୍ଡା, ଡ଼. ବେଣୁଧର ଦାସ, ଓ ଚିରଞ୍ଜୀବ କରନ ମ୍ୟାଚ ଅଧିକାରୀ ଭାବେ ସହଭାଗିତା କରିଥିଲେ । ସ୍ମରୀତା ସାମନ୍ତରାୟ ଓ ଡ଼. ପ୍ରବୀର ମହାନ୍ତି ଚୟନକର୍ତ୍ତା ଭାବେ ଉପସ୍ଥିତ ଥିଲେ । ଖେଳ ଶେଷରେ ଡ଼. ମଲ୍ଲିକ ଡାଇରେକଟର ସ୍ପୋର୍ଟ କାଉନ୍ସିଲ ପ୍ରଫେସର ଏସ.ଏସ. ଦେବାଶିଷ ଓ ଶ୍ରୀ. ଅମ୍ବିକା ପ୍ରସାଦ ଏବଂ ଶକ୍ତି ରଞ୍ଜନ ସେନାପତିଙ୍କୁ ତାଙ୍କର ଉପସ୍ତିତି ଓ ସହଭାଗିତା ଉଦଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.