ପୋଲିସ ରିଜର୍ଭ ପଡିଆରେ ସାମ୍ବାଦିକ ବିକାଶଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ, ୦୩/୧୧: ଗୁରୁବାର ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ବିକାଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ରିଜର୍ଭ ପଡିଆଠାରେ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚର ସମସ୍ତ ଖେଳାଳି, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ , ଉପସଭାପତି ସୁନୀଲ ବିଶ୍ୱାଳ, ପ୍ରେସ ଟିମ କ୍ୟାପଟେନ ରଞ୍ଜନ ଦାଶ, ସିବ ନାୟକ, ସୁଧୀର ମହାରଣା, ଶିବରାମ ନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ lଏହାପରେ ବାଲିଗୁଡା ଓ ପୋଲିସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା l

nis-ad
Leave A Reply

Your email address will not be published.