କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଉଦଘାଟିତ

ଫୁଲବାଣୀ : କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ରୋଦନ ମଲିକ ଓ ଉପାଧ୍ୟକ୍ଷ ଶ୍ରୀମତୀ ନଳିନୀ କହଁରଙ୍କ କାର୍ଯ୍ୟାଳୟ ଠାରେ ମହାସମାରୋହରେ ଉଦ୍ଘାଟିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ ଜିଲ୍ଲାର ଦାୟିତ୍ଵ ନେଇଥିବା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ , ଉପାଧ୍ୟକ୍ଷ ସାଧବାଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପି. ଡି. ଡି. ଆର. ଡି. ଏ. ବିଶ୍ୱରଞ୍ଜନ ନାୟକ ଓ ଜିଲ୍ଲାର ଦାୟିତ୍ଵରେ ଥିବା ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ, ମହିଳା ସଭା ନେତ୍ରୀ ପୁନମ କହଁର , ଛାତ୍ର ସଭାପତି ସୁନୀଲ ସେଠୀ,ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗଦେଇ ଏସ ଡି ସିର ଅଧ୍ୟକ୍ଷ ଓ ଉପାଧ୍ୟାକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ l

nis-ad
Leave A Reply

Your email address will not be published.