ସ୍ତ୍ରୀକୁ ଛୁରି ଭୁଷିଲା ପରେ ସ୍ୱାମୀର ଆତ୍ମହତ୍ୟା

ସୋନପୁର ୦୩।୧୧ : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ପାଲିଗାଁରେ ଅଘଟଣ । ସ୍ତ୍ରୀକୁ ଛୁରିଭୁଣି ଆକ୍ରମଣ ପରେ ଆତ୍ମହତ୍ୟା କଲା ସ୍ୱାମୀ ।ମୃତକ ସମ୍ବଲପୁର ଚିପିଲିମା ଅଞ୍ଚଳରେ ବନ୍ତୋଷ ଗଣ୍ଡ ବୋ ଜଣାପଡିଛି । ସେପଟେ ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ ବୋଲି ଜଣାପଡିଛି ।    

ଖବର ଅନୁଯାୟୀ, ଗୁରୁବାର ସକାଳେ କୌଣସି କାରଣରୁ ପାଲିଗାଁ ସ୍ଥିତ ରଞ୍ଜିତାଙ୍କ ବାଗ ଘରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବନ୍ତୁୋଷ ରଂଜିତାଂକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ଆକ୍ରମଣରେ ରଞ୍ଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା । ପରେ ରଞ୍ଜିତାକୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଞ୍ଜିତାଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେପଟେ ବନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି । ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଜାରି କରିଛି ।

nis-ad
Leave A Reply

Your email address will not be published.