କୋଏମ୍ବାଟୁର ବିସ୍ଫୋରଣ ପଛରେ ସାଂଘାତିକ ଷଡ଼ଯନ୍ତ୍ରର ସୁରାକ ପାଇଲା ଏନଆଇଏ

କୋଏମ୍ବାଟୁର : କୋଏମ୍ବାଟୁର କାର ବୋମା ବିସ୍ଫୋରଣ ମାମଲାରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କେତେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛି । ସ୍ଥାନୀୟ ମୁସଲିମ ସମୁଦାୟ ମଧ୍ୟରେ ମୌଳବାଦୀ ଚିନ୍ତାଧାରାର ପ୍ରସାର ଦିଗରେ ମୃତ ଜମିସା ମୁବିନ ଓ ତାହାର ସାଥୀମାନେ କାମ କରୁଥିବା ପ୍ରମାଣ ପାଇଛି ଏନଆଇଏ ।

ଏନଆଇଏ ଜମିସା ମୁବିନ ଘରୁ କେତେକ ଆପତ୍ତିଜନକ ସାହିତ୍ୟ ଓ ନକସା ଜବତ କରିଛି । ତା ଘରୁ ଜବତ ହୋଇଥିବା ଏକ ଫ୍ଲୋ ଚାର୍ଟରେ ମଣିଷ ମାନଙ୍କୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇଛି । ଗୋଟିଏ ହେଉଛି ମୁସଲିମ ଓ ଅନ୍ୟମାନେ କାଫିର୍ । ଆଉ ଏକ ଫ୍ଲୋଚାର୍ଟରେ କୁହାଯାଇଛି ଯେ ଶିଶୁ ଓ ବୟସ୍କ ଲୋକମାନେ ଜିହାଦ୍ ଚଳାଇବାକୁ ଅକ୍ଷମସ ଏଣୁ ଯୁବକମାନେ ଏହାର ଦାୟିତ୍ବ ନିଅନ୍ତୁ ।
ଗତ ସପ୍ତାହରେ ତାମିଲନାଡୁ ସରକାରଙ୍କ ସୁପାରିଶକ୍ରମେ କୋଏମ୍ବାଟୁର ବିସ୍ଫୋରଣ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନଆଇଏକୁ ହସ୍ତାନ୍ତର କରିଥିଲା । ଏହା ପରେ ଗତ ୨୮ ତାରିଖରେ ଏନଆଇଏ ଜମିସା ଘରେ ଚଢଉ କରି ବିସ୍ଫୋରକ ତିଆରି ସାମଗ୍ରୀ ଓ ଆପତ୍ତିଜନକ କାଗତପତ୍ର ଜବତ କରିଥିଲା ।

ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁରର ଇଶ୍ବରନ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । କାରରେ ଦୁଇଟି ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଏହି ଘଟଣାରେ ଜମିସା ମୁବିନ ନିହତ ହୋଇଥିଲା । ପରେ ପୁଲିସ ଏହି ବିସ୍ଫୋରଣ ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.