ସବୁ ପ୍ରସ୍ତୁତି ଶେଷ, ରାତି ପାହିଲେ ଧାମନଗର ଉପନିର୍ବାଚନ

ଭଦ୍ରକ ୦୨।୧୧ : ରାତିପାହିଲେ ଧାମନଗର ଉପନିର୍ବାଚନ । ନିଜ ବିଧାୟକ ବାଛିବେ ଧାମନଗର ବାସୀ । ମଙ୍ଗଳବାର ଠାରୁ ପ୍ରଚାର ସରିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ।

ତେବେ ସମୁଦାୟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହେବ । ୧୨୬ ବୁଥରେ ୱେବ କାଷ୍ଟିଂ ହେବ । ୧୧୦ ଉତ୍ତେଜନା ପ୍ରବଣ ବୁଥ ପାଇଁ ପୋଲିସ ତରଫରୁ ୪ କମ୍ପାନୀ ସିଆରପିଏଫ୍ , ୨୪ ମୋବାଇଲ ପାର୍ଟି , ୨୨ ପ୍ଲାଟୁନ ରାଜ୍ୟ ଆର୍ମଡ଼ ଫୋର୍ସ ନିୟୋଜିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଥିବା ବେଳେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ଜିଲ୍ଲା କାର୍ଯ୍ୟାଳୟରେ କରାଯାଇଅଛି ।

ସେହିପରି ସମ୍ବେଦନଶୀଳ ୧୨୬ଟି  ବୁଥ ଗୁଡିକରେ ୱେବ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ଦୃଷ୍ଟି କୋଣରୁ ଧାମନଗର ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନରେ ବିଭକ୍ତ କରାଯାଇଛି । ପୋଲିଙ୍ଗ ପାର୍ଟି ସହିତ ୩୦୯ ପୋଲିସ କର୍ମଚାରୀ ଯାଇଛନ୍ତି  । ୩ ଜୋନ ୭ ସେକ୍ଟରକୁ ୨୪ ମୋବାଇଲ ପାର୍ଟିରେ ବିଭକ୍ତ କରାଯାଇଛି  । ୧୦୦ ସବଇନ୍ସପେକ୍ଟର ଓ ଇନ୍ସପେକ୍ଟର , ୩ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ତର ଅଧିକାରୀ , ୬ ଡ଼ିଏସପି ,୪ କମ୍ପାନୀ ସିଏପିଏଫ୍‌ , ଏବଂ ୨୨ଟି ମୋବାଇଲ ଟିମ, ୨୨ ପ୍ଲାଟୁନ ପୋଲିସ ଫୋର୍ସ ସହ ସମ୍ବେଦନଶୀଳ ମାମଲାରେ ସିଆରପିଏଫ୍‌ ଓ ସିଏପିଏଫ୍‌  ଫୋର୍ସକୁ ନିୟୋଜିତ କରାଯାଇଛି।

nis-ad
Leave A Reply

Your email address will not be published.