ଜଳୁଛି ୟୁକ୍ରେନ : ୨୪ ଘଣ୍ଟାରେ ୬୦ଟି କ୍ଷେପଣାସ୍ତ୍ର ମାଡ଼, ୧୫ ଥର ଏୟାରଷ୍ଟ୍ରାଇକ କଲା ରୁଷ

କିବ୍ : ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।
ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ ପକ୍ଷରୁ ୬୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ଓ ୧୫ ଥର ବିମାନ ଆକ୍ରମଣ କରାଯାଇଛି । ପ୍ରାୟ ୫୦ଟି ଜନବସତି ଉପରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି ।

ପୁଣି କେତେକ ସହରରେ ଲୋକମାନଙ୍କୁ ରୁଷ ସୈନ୍ୟମାନେ ବଳପୂର୍ବକ ନିଜ ଘରୁ ବିତାଡ଼ିତ କରୁଥିବା ଜଣାଯାଇଛି । ଖେରସନ ଅଂଚଳରେ ଡିନପ୍ରୋ ନଦୀ ନିକଟରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକରୁ ଲୋକମାନଙ୍କୁ ବାହାର କରିଦିଆଯାଇଛି ।

ୟୁକ୍ରିନଫର୍ମର ରିପୋର୍ଟ ଅନୁଯାୟୀ, କ୍ଷେପଣାସ୍ତ୍ର ମାଡ଼ ଫଳରେ ରାଜଧାନୀ କିବର ବିଭିନ୍ନ ଅଟ୍ଟାଳିକାରୁ ଧୂଆଁ ଉଠୁଥିବା ଦେଖାଯାଉଛି ଏବଂ ଏହାର ଫଳସ୍ୱରୂପ ସହରରେ ବିଦ୍ୟୁତ ସରବରାଦ ବନ୍ଦ ହୋଇଯାଇଛି । କେତେକ ଅଂଚଳରେ ଜଳଯୋଗାଣ ବି ବନ୍ଦ ହୋଇଯାଇଛି ।

କୃଷ୍ଣ ସାଗର (ବ୍ଲାକ ସି)ରେ ଥିବା ରୁଷର ନୌଭେଳା ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ ନେଇ ରୁଷ ଦାବି କରିଛି । ଏହା ପରେ ୟୁକ୍ରେନ ଉପରେ ଆକ୍ରମଣର ତୀବ୍ରତାକୁ ବଢାଇ ଦେଇଛି ରୁଷ ସେନା ।

କେବଳ ରୁଷ ନୁହେଁ, ୟୁକ୍ରେନ ମଧ୍ୟ ନିଜ କ୍ଷମତା ଅନୁଯାୟୀ ରୁଷକୁ ଜବାବ ଦେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରୁଷ ଠିକଣା ଗୁଡ଼ିକ ଉପରେ ୧୪ ଥର ଆକ୍ରମଣ କରିଛି ୟୁକ୍ରେନ ।

nis-ad
Leave A Reply

Your email address will not be published.