ଟ୍ବିଟର ବ୍ଲୁଟିକ୍ ପାଇଁ ଦର ମୂଲଚାଲ କରୁଛନ୍ତି ମସ୍କ୍ : ୨୦ ନହେଉ ପଛେ ୮ ଡଲାର ଦିଅ !

ନୂଆଦିଲ୍ଲୀ : ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦ ଡଲାର ଆଦାୟ ପାଇଁ ସେ ଯୋଜନା କରୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏଥିପାଇଁ ମାସକୁ ୨୦ ଡଲାର ଦେବାକୁ ଅଧିକାଂଶ ୟୁଜର ଅମଙ୍ଗ ହେଉଛନ୍ତି । ପ୍ରସିଦ୍ଧ ଲେଖକ ଷ୍ଟିଫେନ କିଙ୍ଗ୍ ଏକ ଟୁଇଟ୍ କରି ଲେଖିଛନ୍ତି ଯେ ‘ବ୍ଲୁ ଟିକ୍ ପାଇଁ ମାସକୁ ୨୦ ଡଲାର? ସେମାନେ ମୋତେ ମାସକୁ ୨୦ ଡଲାର ଦେବା କଥା “
ଏଲନ ମସ୍କ ଏହି ଟୁଇଟକୁ ପଢିବା ପରେ ଜବାବ ରଖିଛନ୍ତି । ସେ ଲେଖିଛନ୍ତି “ ଆମକୁ ଯେକୌଣସି ଉପାୟରେ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ଟ୍ବିଟର କେବଳ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ । ୮ ଡଲାର ଦବ କି ?” ତାଙ୍କର ଏହି ଦର ମୂଲଚାଲ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଟ୍ବିଟର ଅଧିଗ୍ରହଣ ପରେ ମସ୍କ୍ କମ୍ପାନିର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି । ଏପରିକି ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗି ଦେଇଛନ୍ତି । ଏବେ ଟ୍ବିଟର ବୋର୍ଡରେ କେବଳ ମସ୍କ ଅଛନ୍ତି ।

nis-ad
Leave A Reply

Your email address will not be published.