ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା । ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ କେଏଲ ରାହୁଲ । ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଲଢୁଆ ସ୍କୋର ପ୍ରଦାନ କରିଥିଲେ । ପାକିସ୍ତାନ ମ୍ୟାଚ ପରେ କୋହଲି ପୁଣି ଥରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୬୨ ରନ କରିଥିଲେ । ରୋହିତ ୫୩ରନ ଓ ସୂର୍ଯ୍ୟ ୫୧ରନ କରିଥିଲେ ।
ଅନ୍ୟପକ୍ଷରେ ୧୮୦ରନର ଲକ୍ଷ୍ୟ ନେଇ ଖେଳୁଥିବା ନେଦରଲାଣ୍ଡସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଟିମ୍ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିଲେ । ମାର୍କ ଓଡଉଡ ଓ ବାସ୍ ଡି ଲିଡ୍ ୧୬ ରନ ଲେଖାଏଁ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୩ ରନ କରିପାରିଥିଲା ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ସଦୀପ ସିଂ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

nis-ad
Leave A Reply

Your email address will not be published.