ମାଲକାନଗିରିରେ ଫେଲ ମାରିଛି ମୁକ୍ତା ଯୋଜନା : ଅନିୟମିତତା ଅଭିଯୋଗ କଲେ SHG କର୍ମୀ

ଦରକାର ପଡ଼ିଲେ SHG ଗ୍ରୁପ କୁ ବନ୍ଦ କରିବାକୁ ଧମକ ଦେଲେ ୱାର୍ଡ ଅଫିସର

ମାଲକାନଗିରି : ରାଜ୍ୟ ସରକାରଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଗାଁ ଠୁ ଆରମ୍ଭ କରି ସହରର ପ୍ରତ୍ୟେକ ମହିଳାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଓ ସହରରେ SHG ବା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେହି ସଂଗଠନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସେହି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରାଯାଉଛି । ସେଭଳି ସହର ରେ ଥିବା ମହିଳାଙ୍କ ବିକାଶ ପାଇଁ ମୁକ୍ତା ଯୋଜନା ମାଧ୍ୟମରେ ଆସୁଥିବା ସହାୟତାର ସୁବିଧା ପାଇ ପାରୁନାହାନ୍ତି ମହିଳା
ଗାଁ ଗାଁ ରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ shg ସଂଗଠନ ଦ୍ୱାରା ମହିଳା ମାନଙ୍କୁ ଗାଁ ରେ କୁକୁଡ଼ା ଚାଷ , ପନିପରିବା ଚାଷ ପାଇଁ ଟଙ୍କା ଖର୍ଚ୍ଚ ହେଉଛି ଠିକ ସେହି ଭଳି ସହର ଗୁଡିକରେ ମଧ୍ୟ SHG ସଂଘଠନ କରି ମୁକ୍ତା ଯୋଜନା ମାଧ୍ୟମ ରେ ସଦରରେ ପୋଖରୀ , ଜଳ ସଂରକ୍ଷଣ କାମ ଭଳି ଅନେକ କାମ ଏହି ମହିଳା ମାନଙ୍କୁ ଦିଆ ହେଉଛି । କିନ୍ତୁ କାମ ଗୁଡିକର ୱାର୍କ ଅର୍ଡର ଦେଉନଥିବା ଯୋଗୁଁ ମହିଳା ମାନେ ସଠିକ କାମ ପାଉ ନାହାଁନ୍ତି ଓ ଯେଉଁ କାମ ହେଉଛି ସେହି କାମର ପଇସା ମଧ୍ୟ ପାଉ ନଥିବା ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ shg ମହିଳା ମାନେ ଅଭିଯୋଗ କରିଛନ୍ତି । ଏବଂ କିଛି କାମ ସରିଗଲେ ବିଲ କରିବା ସମୟରେ 20 ରୁ 30 ହଜାର ଟଙ୍କା ପିସି ଆକାରରେ ରଖି ପଇସା ଦିଆ ହେଉଥିବା ଅଭିଯୋଗ କରିଛନ୍ତି ।

ବିନା ୱାର୍କ ଅଡ଼ର୍ରେ କାମଦେବା ଓ ଗ୍ରୁପ ସଦସ୍ୟ ଙ୍କ ନାଁରେ ଅନ୍ୟ ଲୋକଙ୍କୁ କାମଦେବା ,କାମସରିଲେ ପିସି ବାବଦକୁ କଟାଯାଉଥିବା ନାନାବିଧ ଅନିୟମିତତା ର ତଦନ୍ତ କରିବାକୁ ନୂତନ ପୌର ଅଧିକାରୀ ପ୍ରତିଶ୍ରୁତି ଦେଇଥିବାବେଳେ ପୌର ପରିଷଦରେ କାର୍ଯ୍ୟରତ ୱାର୍ଡ ଅଫିସର ଅଭିଯୋଗ କରିବାକୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଟି ସଭାପତିଙ୍କ ଫୋନ ମାଧ୍ୟମରେ ଧମକ ଦେବା ଓ ଦରକାର ପଡ଼ିଲେ ତାଙ୍କ SHG ଗ୍ରୁପ କୁ ବନ୍ଦ କରିବାକୁ ଧମକ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠି ସଭାପତି ମିଡ଼ିଆଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.