କର୍ଣ୍ଣାଟକ ସାଧୁଙ୍କ ମୃତ୍ୟୁର କାରଣ ‘ହନିଟ୍ରାପ୍‌’: ପୁଲିସ

ରାମନଗର: ସୋମବାର ଦିନ କର୍ଣ୍ଣାଟକର ଜଣେ ୪୫ ବର୍ଷିୟ ଲିଙ୍ଗାୟତ ସାଧୁଙ୍କର ଆତ୍ମହତ୍ୟାର କାରଣ ‘ହନିଟ୍ରାପ୍‌’। ଜଣେ ମହିଳାଙ୍କ ସହିତ ‘ଆପତ୍ତିଜନକ ଭିଡିଓ କଲ୍‌’ ଜରିଆରେ ତାଙ୍କୁ ‘ବ୍ଲାକ୍‌ମେଲ୍‌’ କରାଯାଉଥିଲା ବୋଲି ଆଜି ପୁଲିସ କହିଛି।
ଗଣମାଧ୍ୟମକୁ ତଦନ୍ତକାରୀମାନେ କହିଛନ୍ତି, ଏଯାବତ୍‌ ଅଜ୍ଞାନ୍ତ ଥିବା ଉକ୍ତ ମହିଳା ଓ ସାଧୁଙ୍କର ଏକାନ୍ତ ମୁହୂର୍ତ୍ତ ସମୟ ଘଟଣାବଳିକୁ ମହିଳାଜଣକ ତାଙ୍କ ଫୋନ୍‌ର ‘ସ୍କ୍ରିନ୍‌-ରେକର୍ଡିଙ୍ଗ୍‌ ଫଙ୍କ୍‌ସନ୍‌’ଦ୍ବାରା ଧରି ଉତ୍ତୋଳନ କରିଥିଲେ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଜଣେ ଅଜ୍ଞାତ ନାରୀଙ୍କ ପାଇଁ ମୋର ଏ ଦଶା’ ବୋଲି ସୁସାଇଡ୍‌ ନୋଟ୍‌ର ଗୋଟିଏ ଧାଡ଼ିରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, କର୍ଣ୍ଣାଟର ରାମନଗର ଜିଲ୍ଲାରେ ସୋମବାର ସକାଳେ କାଞ୍ଜୁଗଲ୍‌ ବନ୍ଦେ ମଠର ଝରକା ଗ୍ରିଲ୍‌ରେ ଫାଶୀ ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ସାଧୁଜଣକ ହେଉଛନ୍ତି ଉକ୍ତ ମଠର ମହନ୍ତ ବସବଲିଙ୍ଗା ସ୍ବାମୀ। ତାଙ୍କୁ ମଠର ମୁଖ୍ୟ ପଦବୀରୁ ହଟାଇବାକୁ ଚାହୁଁଥିବା କିଛି ଲୋକଙ୍କଦ୍ବାରା ସେ ବ୍ଲାକ୍‌ମେଲ୍‌ ଓ ହଇରାଣ ହେଉଥିବା କଥା ସୁସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଥିଲା।

ଏବେ ସେ ସବୁ କଥାର ସବିଶେଷ ବିବରଣ ବାହାରୁଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ୪ଟି ଆପତ୍ତିଜନକ ଭିଡିଓ ରିଲିଜ୍‌ କରିଦେବେ ବୋଲି ଉକ୍ତ ମହିଳା ଓ ଆଉ କେତେଜଣ ସାଧୁଙ୍କୁ ଧମକାଇ ଥିଲେ।

ସାଧୁଙ୍କ ମୃତ୍ୟୁ ଘଟଣାରେ ସବୁ ଦିଗରୁ ତଦନ୍ତ କରାଯାଉଥିବା କଥା ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି।

nis-ad
Leave A Reply

Your email address will not be published.