ନୋଟ୍‌ରେ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ: କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତୀୟ ନୋଟ୍‌ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ଆସିବ। ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ। ଭାରତ ବିକଶିତ ଦେଶ ବନୁ। ଭାରତ ଏକ ଧନୀ ଦେଶ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ। ଏଥିପାଇଁ ନୂଆ ନୋଟ୍‌ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।

ସେ କହିଛନ୍ତି, ଦେଶର ଅର୍ଥନୀତି ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଉଛି। ଏହି କ୍ଷେତ୍ରରେ ସୁଧାର ପାଇଁ କେବଳ ଈଶ୍ୱରଙ୍କ ଆଶୀର୍ବାଦ ଆବଶ୍ୟକ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିବା କହିଛନ୍ତି।
ଖରାପ ଅର୍ଥନୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏହି କାରଣରୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଚାହୁଁ ଭାରତ ଧନୀ ଦେଶ ହେଉ, ଲୋକେମାନେ ଧନୀ ହୁଅନ୍ତୁ। ଏଥିପାଇଁ ଆମକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ଆମକୁ ବହୁ ସଂଖ୍ୟାରେ ଡାକ୍ତରଖାନା ଓ ସ୍କୁଲ ଖୋଲିବାକୁ ପଡିବ। ଦେବତାଙ୍କ ଆଶୀର୍ବାଦ ମିଳିଲେ ଆମ ଉଦ୍ୟମ ସଫଳ ହେବ। ଭିତ୍ତିଭୂମି ଦୃଢ଼ କରିବାକୁ ପଡିବ ବୋଲି କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

କେଜ୍ରିୱାଲ ଆହୁରି କହିଛନ୍ତି, ଇଣ୍ଡୋନେସିଆ ଏକ ମୁସ୍‌ଲିମ୍ ବହୁଳ ଦେଶ। ଏଠାରେ ୮୫ ପ୍ରତିଶତରୁ ଅଧିକ ମୁସଲିମ ରହନ୍ତି। ଏଥିସହ ୨ ପ୍ରତିଶତମରୁ କମ୍ ହିନ୍ଦୁ ରହନ୍ତି। କିନ୍ତୁ ସେମାନେ ତାଙ୍କ ନୋଟ୍‌ରେ ଗଣେଶଙ୍କ ଫଟୋ ରଖିଛନ୍ତି। ତେଣୁ ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ସରକାର ମଧ୍ୟ ଏହିଭଳି ପଦକ୍ଷେପ ନେବା ଉଚିତ୍।

nis-ad
Leave A Reply

Your email address will not be published.