ପାର୍ବଣରେ ରାଜଧାନୀରୁ ୫୦ଲକ୍ଷ ଟଙ୍କାର ସାଇବର ଠକେଇ

ଭୁବନେଶ୍ବର: ପାର୍ବଣରେ ଲୋକେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅଧିକ କିଣାବିକା, ଉପହାର ଦିଆନିଆ ଓ ଟଙ୍କାଦେଣ ଆଦି ଅନଲାଇନ ମୋଡରେ କରାଯାଉଥିବାରୁ ଏହାର ସୁଯୋଗ ନେଇଥିଲେ ସାଇବର ଠକ। ପାର୍ବଣ ସମୟରେ ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ୫୦ଲକ୍ଷ ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଥିବା ଅଭିଯୋଗ ଆସିଛି।

ତେବେ ଦଶହରାରୁ ଦୀପାବଳୀ ମଧ୍ୟରେ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ବ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ୟୁପିଆଇ ସମ୍ବନ୍ଧୀୟ ଠକେଇ ସବୁଠାରୁ ବେଶି ହୋଇଛି ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ବର ସାଇବର ପୁଲିସ ସାଇବର ଠକେଇ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛି।

nis-ad
Leave A Reply

Your email address will not be published.