ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ

ଫୁଲବାଣୀ :- କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା l ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ l ଦିନ ହୀନ ଗରୀବ ଏବଂ ରୋଗୀଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ବିଭିନ୍ନ ଯାନୀ ଯାତ୍ରା ନିଜ ଦରମାରୁ କାଟି ଜନସେବାରେ ନିଜକୁ ନିୟୋଜିତ କରନ୍ତି lକନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପାଙ୍ଗା ଗ୍ରାମପଞ୍ଚାୟତ ଏକ ମାଓ ପ୍ରବଣ ଅଞ୍ଚଳ ବାବେ ପରିଚିତ ଉକ୍ତ ଅଞ୍ଚଳରେ ସମାଜ ସେବୀ ବୁଲୁ ମଲିକ ବସବାସ କରୁଥିବା ଜନଜାତି ଆଦିବାସୀ ଲୋକଙ୍କୁ ସେବା ପାଇଁ ସମର୍ପିତ ଅଟନ୍ତି। ଦୀପାବଳି ଏକ ଆଲୋକର ପର୍ବ ହୋଇଥିବାବେଳେ ଅଯଥା ବ୍ୟୟ ନକରି ଗଲମ ପଙ୍ଗା ଏବଂ ପୁଦ୍ରୁଙ୍ଗି ଦୁଇ ଗ୍ରାମରେ ନିରୀହ ଗରିବ ଆଦିବାସୀ କୁନି କୁନି ଝିଅ ଓ ପୁଅ ମାନଙ୍କୁ ପୋଷାକ ପ୍ରଦାନ କରିଛନ୍ତି। ଉକ୍ତ ଅଞ୍ଚଳରେ ଯିବା ପାଇଁ ଭଲ ରାସ୍ତା ନାହିଁ।ପିଇବା ପାଇଁ ପାଣି ମଧ୍ୟ ନାହିଁ। ସମାଜ ସେବୀ ବୁଲୁ ମଲିକ ଚାଲି ଚାଲି ସାତ କିଲୋମିଟର ଯାଇ ସେଠାରେ କୁନି କୁନି ଛୁଆଙ୍କ ମୁହଁରେ ହସ ଫୁଟେଇଛନ୍ତି ।ବିଗତ କରୋନା ମହାମାରୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ଘରେ ଘରେ ଲୋକମାନଙ୍କୁ ସଚେତନତା କରିବା ସହିତ ଶୀତ ଋତୁରେ ବୃଦ୍ଧା ବାପା ମାଆଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ସହିତ ଯେ କୌଣସି ବ୍ୟକ୍ତିଙ୍କୁ ରକ୍ତର ଆବଶ୍ୟକ ହେଉ ରକ୍ତ ସଂଗ୍ରହ କରି ରୋଗୀଙ୍କୁ ସେବା ଯୋଗାଇ ଦେଇ ଆସୁଛନ୍ତି ସମାଜ ସେବୀ ବୁଲୁ ମଲିକ।ଏ କ୍ଷେତ୍ରରେ ଦୁର୍ଗମ ଅଞ୍ଚଳକୁ ଯିବା ପାଇଁ କୋଟଗଡ଼ ବ୍ଲକର ସାମାଜିକ ସଂଗଠନ ଫ୍ରେଣ୍ଡସ କ୍ଲବର ସକ୍ରିୟ ସଦସ୍ୟ ଆନଦୀ ରଇତ, କାମଦେବ ରଇତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.