ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠରେ ପୂଜା ଅର୍ଚ୍ଚନା…


ଫୁଲବାଣୀ :- ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି l ୨୫ ତାରିଖରେ ଗ୍ରହଣ ଲାଗୁଥିବା ଯୋଗୁଁ ଏ ବର୍ଷ ପୂଜା ଶୀଘ୍ର ଆରମ୍ଭ ହୋଇ ୪ ଟା ପୂର୍ବରୁ ସରିବା ପାଇଁ ନିର୍ଦ୍ଧାରିତ ହୋଇଥିଲା l ପୂଜକ ଭାବେ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ତ୍ତା ଭାବରେ ଅମରେଶ ପ୍ରସାଦ ରଥ ବସିଥିଲେ l ବିଭୂତି ପଣ୍ଡା,ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ ପଣ୍ଡା, ସମ୍ପାଦକ ଅଜିତ ମହାରଣା, ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଙ୍କ ସମେତ ସଦସ୍ଯ ବାବୁ ଭାଇନା, ଅଶ୍ୱିନ କର,ରିଟୁ ଓ ଅନ୍ୟମାନେ ଅନ୍ୟ କାର୍ଯ୍ୟରେ ସହଯୋଗ କରି ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ lସକାଳୁ ସକାଳୁ ଭକ୍ତଙ୍କର ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା l ସେହି କ୍ରମରେ ଦିନ ତମାମ ଏବଂ ରାତ୍ରିରେ ମଧ୍ଯ ଭକ୍ତଙ୍କ ଜନ ସମାଗମ ହୋଇଥିଲା l

nis-ad
Leave A Reply

Your email address will not be published.