କେନ୍ଦୁଝରରେ ୧୨ ଟିକିଆ ବଣୁଆ ହାତୀ ପଲ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର ବଡପଶି ମହାକୁଡ ସାହିକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ I  ଧାନ  ଓ ପନି ପରିବା ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ । ବନ ବିଭାଗ , ହାତୀ ଘଉଡାଇବା ସ୍କ୍ଵାର୍ଡ ସହ  ପୋଲିସ ବିଭାଗ ପକ୍ଷରୁ ହତୀ ଉପରେ ରଖା ଯାଇଛି ତୀକ୍ଷ୍ନ ନଜର ।

ଏହି  ୧୨ ଟିକିଆ ବଣୁଆ ହାତୀ ପଲରେ ଅଛିନ୍ନି ୪ ଦନ୍ତା ୬ ଟି ମାଇ ଓ ୨ଟି ଛୁଆ ରହିଛନ୍ତି । ହାତୀ ପଲ୍ କିଛି ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି  ହାତୀ ପଲ ବଡପଶି ଗାଁଠାରେ ପହଞ୍ଚିବା ବେଳକୁ ସକାଳ ହୋଇଯିବାରୁ ଏଠାରେ ରହିଯାଇଛନ୍ତି । ହାତୀଙ୍କୁ ବିଲ କିମ୍ବା ଗାଁକୁ ପୁରାଇ ନ ଦେବାକୁ ଚାରିପଟେ ହଜାର ହଜାର ସଂଖ୍ୟାରେ ଲୋକ ଜମି ରହିଛନ୍ତି ।

ବନ ଓ ପୋଲିସ ବିଭାଗ ପକ୍ଷରୁ ହାତୀ ଉପରେ ତୀକ୍ଷଣ ନଜର ରଖାଯାଇଛି । ହାତୀକୁ  ଟେକା ପଥର ମାରି ବିରକ୍ତ ନ କରିବା ସହ  ହାତୀ ଥିବା ଜଙ୍ଗଲ ଭିତରେ ପଶି ହାତୀର ଫୋଟ ଉଠାଇ ନଉଠାଇବାକୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଉଛି।

nis-ad
Leave A Reply

Your email address will not be published.