ଚୀନ୍‌ ସୀମାନ୍ତ ନିକଟ ଅରୁଣାଚଳରେ ୬ଟି କରିଡର୍‌ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚୀନ୍‌ ସୀମାକୁ ଲାଗିଥିବା ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ସଡ଼କ ପଥ ସଂଯୋଗ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ରାଜପଥ (ଏନ୍‌ଏଚ୍‌)-୧୫- ‘ଟ୍ରାନ୍‌ସ୍‌ ଅରୁଣାଚଳ ହାଇୱେଜ୍‌’ (ଏନ୍‌ଏଚ୍‌୧୩/ଏନ୍‌ଏଚ୍‌୨୧୫) ଏବଂ ସୀମାନ୍ତ ରାଜପଥ ବିକାଶକୁ ଅନୁମୋଦନ କରିଛନ୍ତି।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟଦ୍ବାରା ଅନୁମୋଦିତ ଉକ୍ତ ପ୍ରକଳ୍ପ ସମୁଦାୟ ୨,୧୭୮ କିଲୋମିଟର୍‌ ଦୀର୍ଘ ୬ଟି କରିଡର୍‌ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଛି।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସଡ଼କ ପଥ ସଂଯୋଗ ଉନ୍ନତ କରିବା। ସଡ଼କ ପଥ ସଂଯୋଗ ଉନ୍ନତ ହେଲେ ସୀମାନ୍ତ ଅଞ୍ଚଳକୁ ଜନସାଧାରଣ ଏବଂ ସଶସ୍ତ୍ରବାହିନୀର କଳକବ୍‌ଜା ପରିବହନ ନିମନ୍ତେ ଖୁବ୍‌ ସହାୟକ ହେବ।

ଅରୁଣାଚଳ ପ୍ରଦେଶ ମଝି ଦେଇ ଯାଇଥିବା ‘ଟ୍ରାନ୍‌ସ୍‌ ଅରୁଣାଚଳ ହାଇୱେଜ୍‌ ଏବଂ ‘ଏନ୍‌ଏଚ୍‌-୧୫’ ଏହା ଭିତରେ ଦୁଇ ଥାକିଆ ରାସ୍ତାରେ ପରିଣତ ହୋଇସାରିଛି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଅନ୍ତଃସଂଯୋଗକାରୀ ସଡ଼କଗୁଡ଼ିକ ମଧ୍ୟରେ ଅନେକ ସ୍ଥାନରେ ସଂଯୋଗ ନାହିଁ।

ସୀମାନ୍ତ ପର୍ଯ୍ୟନ୍ତ ବିକଶିତ ହେବାକୁ ୩ଟି ପ୍ରମୁଖ ସଡ଼କ ହେଉଛି, ୩୯୧ କିଲୋମିଟର୍‌ବିଶିଷ୍ଟ ‘ଇଟାଖୋଲା-ସେଇଜୋସା-ପାକ୍କେ କେସାଣ୍ଡ୍-ସେପ୍ପା ଚାୟାଙ୍ଗଟାଜୋ-ସଂଗ୍ରାମ୍‌-ପାର୍ସି ପାର୍ଲୋ ସଡ଼କ, ୪୦୪ କିଲୋମିଟର୍‌ବିଶିଷ୍ଟ କାନୁବାରି-ଲୋଙ୍ଗ୍‌ଡିଙ୍ଗ୍‌ ସଡ଼କ, ୩୯୮ କିଲୋମିଟର୍‌ବିଶିଷ୍ଟ ଆକାଜାନ୍‌-ପାଙ୍ଗୋ ଜୋର୍ଗିଙ୍ଗ୍‌ ସଡ଼କ, ୨୮୫ କିଲୋମିଟର୍‌ବିଶିଷ୍ଟ ଗୋଗାମୁଖ ତାହିଲା ତାତୋ ସଡ଼କ, ୪୦୨ କିଲୋମିଟର୍‌ବିଶିଷ୍ଟ ଥେଲାମାରା-ତାୱାଙ୍ଗ୍‌-ନେଲିଆ (ସୀମାନ୍ତ) ସଡ଼କ ଏବଂ ୨୮୯ କିଲୋମିଟର୍‌ବିଶିଷ୍ଟ ପାସିଘାଟ ବିଶିଙ୍ଗ (ସୀମାନ୍ତ) ସଡ଼କ।

nis-ad
Leave A Reply

Your email address will not be published.