ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (୨୧/୧୦) ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ଦୌରାଜର୍ଜ ପ୍ରଥମ ଥର ପାଇଁ ବୁଗୁଡ଼ା କୋର୍ଟକୁ ପର୍ଯ୍ୟବେକ୍ଷଣରେ ଆସିଥିବା ବେଳେ ଓକିଲ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ତାହାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏ ଅବସରରେ କୋର୍ଟର ବିଭିନ୍ନ ସମସ୍ୟା ସମ୍ପର୍କେ ଜର୍ଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଦାଲତର ବିଚାରପତି ପରିନିତା ନାୟକ, ଓକିଲ ସଂଘ ସଭାପତି ମିହିର କାନ୍ତ ପାଣିଗ୍ରାହୀ ଓ ସମ୍ପାଦକ ଆର୍ତ୍ତବନ୍ଧୁ ଖାଡ଼ଙ୍ଗାଙ୍କ ସମେତ ଅନ୍ୟ ଓକିଲମାନେ ଉପସ୍ଥିତ ରହିଥିଲେ । ପରିଶେଷରେ ଅଧିବକ୍ତା ଭକ୍ତରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.