ଭାରତ ସମେତ କେତେକ ଦେଶରେ ଆସିପାରେ କରୋନାର ଆଉ ଏକ ଲହର: WHO

ଜେନେଭା ୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି ଏବେ ଡରଉଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇ କିଛି ଦେଶରେ ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ କୋଭିଡ ସଂକ୍ରମଣର ଆଉ ଏକ ଲହର ଦେଖାଯାଇପାରେ ବୋଲି କହିଛନ୍ତି। ଡା.ସ୍ୱାମୀନାଥନ କହିଛନ୍ତି ଯେ ଓମିକ୍ରନର ୩୦୦ରୁ ଅଧିକ ସବଭାରିଏଣ୍ଟ ଅଛି। ତେବେ ଏଥିରୁ ଏବେ ଯାହା ଚିନ୍ତାର କାରଣ ତାହା ଏକ୍ସବିବି ବୋଲି ସେ କହିଛନ୍ତି।

ଭୂତାଣୁର ଏହି ପ୍ରକାର ଇମ୍ୟୁନେ ସିଷ୍ଟମରୁ ବର୍ତ୍ତିବାର କ୍ଷମତା ରଖୁଛି। ଏହାର ଅର୍ଥ ହେଉଛି ଏହି ସଂକ୍ରମଣ ଉପରେ ଆଣ୍ଟିବଡିର ମଧ୍ୟ କୌଣସି ଅସର ପଡୁ ନାହିଁ ବୋଲି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ କହିଛନ୍ତି। ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ବୈଜ୍ଞାନିକ କହିଛନ୍ତି। ଏକ୍ସବିବି ଅଧିକ ସଂକ୍ରାମକ, ଏଣୁ ମୁକାବିଲା ଲାଗି ଡା.ସ୍ୱାମୀନାଥନ ଦେଖରେଖ ଉପରେ ଗୁରୁତ୍ୱ ଦେଇଥିବା ବେଳେ ମାସ୍କ ପିନ୍ଧିବା ଜାରି ରଖିବା ପାଇଁ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ଓମିକ୍ରନ ବିଏ.୫ ସବ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି, ଯାହା ୭୬.୨ ପ୍ରତିଶତ ସଂକ୍ରମଣ ଲାଗି ଦାୟି ବୋଲି କୁହାଯାଇଛି। ତେବେ ଭାରତରେ କୋଭିଡ ସଂକ୍ରମଣ ବର୍ତ୍ତମାନ ସମୟର ସବୁଠୁ ନିମ୍ନ ସ୍ତରରେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦୬୦ ନୂଆ ସଂକ୍ରମଣ ମାମଲା ମିଳିଛି। ତଥାପି ସତର୍କତା ଅବଲମ୍ବନ କରିବା ଜରୁରି ଡବ୍ଲୁଏଚଓ ବୈଜ୍ଞାନିକ କହିଛନ୍ତି।

nis-ad
Leave A Reply

Your email address will not be published.