ବାଣ ଗୋଦାମରେ ବିସ୍ଫୋରଣ, କୋଠା ଭୁଶୁଡି ୪ ମୃତ

ଭୋପାଳ: ଦୀପାବଳି ପୂର୍ବରୁ ଅଘଟଣ। ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡିଲା କୋଠା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର ମୁରୈନା ଅଞ୍ଚଳରେ ଏହି ଅଘଟଣ ଘଟିଛି।
ଆଜି ସକାଳୁ ମଧ୍ୟପ୍ରଦେଶ ମୁରୈନା ଅଞ୍ଚଳରେ ଥିବା ଏକ ବାଣ ଗୋଦମରେ ନିଆଁ ଲାଗିଯାଇଥିଲା। ପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ଦୁଇ ମହଲା କୋଠା ଭୁଶୁଡି ପଡିଥିଲା। ଏଥିରେ ଅନେକ ଲୋକ ଫସି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁଇ ମହଲା କୋଠା ଭିତରେ ଅନେକ ପରିବାରରେ ଭଡାରେ ରହୁଥିଲେ। ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଭିତରେ ଫଶିଥିବା କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି।

ସେପଟେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି ସମତେ ପୁଲିସ ପ୍ରଶାସନ ପହଞ୍ଚିଛି। କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ସେ ନେଇ ଯାଞ୍ଚ ଚାଲିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି।

nis-ad
Leave A Reply

Your email address will not be published.