ମୁମ୍ବାଇରେ ଓଡ଼ିଶା ଭବନର ହେବ ସଂପ୍ରସାରଣ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ଓଡ଼ିଶା ଭବନର ହେବ ସଂପ୍ରସାରଣ। ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନଭି ମୁମ୍ବାଇରେ ଭାସୀ ସ୍ଥିତ ଓଡ଼ିଶା ଭବନର ସଂପ୍ରସାରଣ ହେବ। ମୁମ୍ବାଇକୁ ଓଡ଼ିଆ ମାନେ ବିଭିନ୍ନ କାର୍ଯ୍ୟ ସହ କ୍ୟାନସରର ଚିକିତ୍ସା ପାଇଁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଭବନକୁ ସଂପ୍ରସାରଣ କରିବାର ଲକ୍ଷ୍ୟ ରଖାଯାଇଛି।

ନୂଆ କୋଠା ମୁଖ୍ୟତଃ କ୍ୟାନସର ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କ ପରିବାର ପାଇଁ ସହାୟକ ହେବ ବୋଲି କୁହାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ହାଇଦ୍ରାବାଦରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ଦିନକ ପରେ ମୁମ୍ବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୪ ତାରିଖ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଦ୍ୱିତୀୟ ମୁମ୍ବାଇ ଗସ୍ତ। ସେପ୍ଟେମ୍ବର ୧୪ରେ ଗସ୍ତ କରି ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଥିଲେ। ଏହା ସହ କୁମାର ମଙ୍ଗଲମ୍‌ ବିର୍ଲା, ଅନୀଲ ଅଗ୍ରୱାଲ, ଆନନ୍ଦ ମହିନ୍ଦ୍ରା ପ୍ରମୁଖ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.