ସ୍ତ୍ରୀ ବାପ ଘରକୁ ଚାଲିଯିବାରୁ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା

ଦେବଗଡ଼ ୧୯।୧୦ : ସ୍ତ୍ରୀ ବିରହରେ ସ୍ୱାମୀଙ୍କ ଆତ୍ମହତ୍ୟା । ନିଜ ପେଟ କାଟି ଆତ୍ମହତ୍ୟା କରିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଗାଁର ସତ୍ୟବାନ ଦେହୁରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଲା ଗାଁ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ ସତ୍ୟବାନ ଦେହୁରୀ ଗତ ପ୍ରାୟ ୪ ବର୍ଷ ପୂର୍ବେ ଝାଡଖଣ୍ଡ ରାଜ୍ୟ ଆନନ୍ଦପୁର ଗାଁର ଆରତୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ତେବେ ପ୍ରାୟ ଦଶ ଦିନ ପୂର୍ବେ କୌଣସି କାରଣରୁ ସ୍ତ୍ରୀ ଆରତୀ ଶ୍ୱଶୁର ଘର ଛାଡି ନିଜ ବାପ ଘରକୁ ଚାଲିଯାଇଥିଲା । ଯାହାଫଳରେ ସତ୍ୟବାନ ମାନସିକ ଭାବେ ଭାଙ୍ଗି ପଡିଥିଲା l ବୁଧବାର ହଠାତ୍‌  ସତ୍ୟବାନ ନିଜ ଘର ଥିବା ବାଥରୁମରେ  ଏକ ଛୁରୀ ସାହାଯ୍ୟରେ ନିଜ ପେଟକୁ ନିଜେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ତୁରନ୍ତ  ତାଙ୍କୁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସତ୍ୟବାନଙ୍କ ମୃତ୍ୟୁ ହୋଇଯାଇଛି ।

nis-ad
Leave A Reply

Your email address will not be published.