ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ

କଟକ ୧୯/୧୦: ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଛି ହାଇକୋର୍ଟଙ୍କ ରାୟ । ତେବେ ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ କୃତଜ୍ଞ । ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନ ମଣ୍ଡଳୀର ଭୋଟର ଙ୍କ ପାଖରେ ମୁଁ ଋଣୀ । ଏହା ପୁରୁଣା ମାମଲା, ଜନ ପ୍ରତିନିଧି ଭାବେ କୌଣସି ସମ୍ପର୍କ ନାହିଁ ।

ସୂଚନାଥାଉକି, ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମୋକିମ୍‌ଙ୍କୁ ଦଣ୍ଡାଦେଶ ହୋଇଥିଲା। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମୋକିମ୍ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ହେଲେ ଏବେ ଏହି ମାମଲରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମିଳିଛି ଆଶ୍ଵସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ଏହି ରହିତାଦେଶ ଜାର କରିଛନ୍ତି । ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବୃଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

nis-ad
Leave A Reply

Your email address will not be published.