ହଂସପାଳ ନିକଟରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ମହିଳାଙ୍କ ସହ ଅନ୍ୟଜଣେ ଗିରଫ

ଭୁବନେଶ୍ୱର, ୧୮/୧୦: ଭୁବନେଶ୍ୱର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । ବାଲିଅନ୍ତା ଥାନା ହଂସପାଳ ନିକଟରୁ ଏହି ନାଶା ଦ୍ରବ୍ୟକୁ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବାଲେଶ୍ବରରୁ ବାଇକରେ ଆସୁଥିବା ବେଳେ ହଂସପାଳରୁ ସେମାନଙ୍କୁ ପୋଲିସ କାବୁ କରିଛି ।

ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ନାମ ଝୁମା ନାୟକ ହୋଇଥିବା ବେଳେ ଯୁବକଙ୍କ ନାମ ଲିପୁ ନାୟକ । ଦୁହେଁ ବାଲେଶ୍ବରୁରୁ ବାଇକରେ ଆସୁଥିଲେ । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବା ନେଇ ବାଲିଅନ୍ତା ପୋଲିସ ସୂଚନା ଦେଇଛି ।

nis-ad
Leave A Reply

Your email address will not be published.