ଢେଙ୍କାନାଳରୁ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ କରି ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।ଦୁଇ ଅଭିଯୁକ୍ତ ରଞ୍ଜିତ ରାଉତ ଓରଫ କାଳିଆ, ଏବଂ ପ୍ରଶାନ୍ତ ବେହେରା ଗିରଫଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ସେହିପରି ଟାଉନ ଥାନା ଅନ୍ତର୍ଗତ ତାରିଣୀ ନଗର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ରଞ୍ଜିତ ରାଉତ ଠାରୁ ଅଢେଇ ଲକ୍ଷ ଟଙ୍କା ଓ ଏକ ବୁଲେଟ ଜବତ କରାଯାଇଛି। ଭୁବନ ଅଞ୍ଚଳରୁ ଗିରଫ ହୋଇଥିବା ବେପାରୀ ପ୍ରଶାନ୍ତ ବେହେରା ପ୍ରଶାନ୍ତ ଘର ଭଦ୍ରକର ନରିପୁର ଅଞ୍ଚଳର ବୋଲି ଜଣାପଡିଛି। ମୋଟ ୭୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।ଅବକାରୀ ବିଭାଗର କଟକ, ସମ୍ବଲପୁର ସ୍ଵତନ୍ତ୍ର ସ୍କଡ଼ ଓ ଢେଙ୍କାନାଳ ଜିଲ୍ଲା ଅବକାରୀ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା।ଏନେଇ ଅଧିକ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.