ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ଭାସମାନ ଶବ

ବୁଗୁଡ଼ା (୧୮/୧୦) : ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ବୀରଧନଞ୍ଜୟପୁର ଶାସନର ଏକ ପୋଖରୀରୁ ଜନୈକ ଯୁବକଙ୍କ ଭାସମାନ ଶବକୁ ଆଜି ସକାଳେ ଉଦ୍ଧାର କରାଯାଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ହରିଶରଣପୁର ଗ୍ରାମର ଲମ୍ବୋଦର ମିଶ୍ରଙ୍କ ପୁଅ ବାସୁଦେବ ମିଶ୍ର ବୋଲି ଜଣାପଡିଛି । ପ୍ରକାଶ ଯେ , ପ୍ରଚୁର ମଦ୍ୟପାନ କରୁଥିବା ବାସୁଦେବ ଦୁଇ ଦିନ ହେଲା ନିଖୋଜ ଥିଲେ। ଘରଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ବାସୁଦେବଙ୍କ ପତ୍ତା ପାଇପାରି ନ ଥିଲେ । ତେବେ ଆଜି ସକାଳେ ବୀରଧନଞ୍ଜୟପୁର ଗ୍ରାମସ୍ଥ ଚନ୍ଦନୀ ପୋଖରୀରେ ତାଙ୍କର ଶବ ଭାସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ଦମକଳବାହିନୀ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଶବଟି ପଚିସଢ଼ି ଯାଇ ଦୁର୍ଗନ୍ଧ ହେଉଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.