ଅଗ୍ନିକାଣ୍ଡ ଘଟି ସ୍କୁଟି ଓ ବୁଲେଟ୍ ପୋଡି

ବୁଗୁଡ଼ା : ତା ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ କୁମୁଟିସାହିରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତପନ କୁମାର ପାଣିଗ୍ରାହୀଙ୍କ ଗୋଟିଏ ସ୍କୁଟି ଓ ଏକ ବୁଲେଟ୍ ପୋଡି ଯାଇଥିବାର ଜଣାପଡିଛି । ପ୍ରକାଶ ଯେ , ରବିବାର ବିଳମ୍ବିତ ରାତିରେ ତପନଙ୍କ ଗ୍ଯାରେଜରେ ଥିବା ଏକ ବୁଲେଟ ଗାଡି ଓ ଏକ ସ୍କୁଟି ହୁତୁ ହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । ଏନେଇ ସାହି ସାରା ଚହଳ ପଡିଯିବା ପରେ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ବାଲି ପକାଇ ନିଆଁ ଲିଭାଇବାକୁ ଲାଗି ପଡିଲେ । ତେବେ ଦମକଳବାହିନୀ ବୁଗୁଡ଼ାରୁ ବାହାରିବା ବେଳକୁ ଲୋକେ ନିଆଁକୁ ଆୟତ୍ତ କରିସାରିଥିଲେ । ଉକ୍ତ ଅଗ୍ନିକାଣ୍ଡରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ବେଳେ ବୁଲେଟର ବହୁ ଭାଗ ପୋଡି ଯାଇଛି । ସ୍କୁଟିର ବ୍ଯାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସାଧାରଣରେ ଅନୁମାନ କରାଯାଉଛି । ଏନେଇ ଅବସରପ୍ରାପ୍ତ ସେନା କର୍ମଚାରୀ ତପନ କୁମାର ପାଣିଗ୍ରାହୀଙ୍କ ପକ୍ଷରୁ ବାଲିପଦର ଫାଣ୍ଡିରେ ଲିଖିତାଭିଯୋଗ ହୋଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.