ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’। ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି। କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରେ ଏହି ସ୍କିମର ଘୋଷଣା କରିଛନ୍ତି ।
ସବସିଡଯୁକ୍ତ ସାର କ୍ଷେତ୍ରରେ ସିଙ୍ଗଲ ବ୍ରାଣ୍ଡ ‘ଭାରତ’ ନାମରେ ନାମିତ କରିଛନ୍ତି ମୋଦି। ମୁଖ୍ୟତ ସାର ଗୁଡ଼ିକର କ୍ରସ ମୋମେଣ୍ଟରେ ଉପୁଜୁଥିବା ସମସ୍ୟାକୁ ଦୂରୀକରଣ କରାଯାଇପାରିବ। ସିଙ୍ଗଲ ବ୍ରାଣ୍ଡ ଯୋଗୁ ସ୍ୱଚ୍ଛତା ରହିବ ଓ ଅଧିକ ଭଡ଼ା ଦାବି ନେଇ ହେଉଥିବା କଳାବଜାରୀକୁ ରୋକି ହେବ । ମୁଖ୍ୟତଃ ୟୁରିଆ, ଡାଇ ଆମୋନିୟମ ଫସଫେଟ(ଡିଏପି), ପୋଟାସ(ଏମଓପି) ଏବଂ ଏନପିକେ ପ୍ୟାକେଟ ଉପରେ ଭାରତ ବ୍ରାଣ୍ଡରେ ଉବଲବ୍ସ କରିବାକୁ ମୋଦି ଘୋଷଣା କରିଛନ୍ତି।
ଏହି ଅବସରରେ ମୋଦି ମଧ୍ୟ ୬୦୦ ପିଏମ କିଷାନ ସମୃଦ୍ଧି କେନ୍ଦ୍ର(ପିଏମ-କେଏସକେ)ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା କୃଷକମାନେ ଚାଷ ସମ୍ଭନ୍ଧୀୟ କିଣା-ବିକାର ସବୁ ସୁବିଧା ଗୋଟିଏ ଜାଗାରୁ ପାଇପାରିବେ। ଏହି ଯୋଜନାରେ ପର୍ଯ୍ୟାୟ ଅନୁସାରେ କେନ୍ଦ୍ର ସରକାର ୩.୩ ଲକ୍ଷ ଖୁଚୁରା ସାର ବିକ୍ରୟ କେନ୍ଦ୍ର ଖୋଲିବାକୁ ଯୋଜନା ରଖିଛନ୍ତି। ଏହି କେନ୍ଦ୍ରରୁ ଚାଷୀମାନେ କୃଷି ସମ୍ଭନ୍ଧୀୟ ଆନୁସଙ୍ଗିକ ଉପକରଣ ନେବା ସହ ଉନ୍ନତମାନର ଚାଷ ଲାଗି ପରାମର୍ଶ ମଧ୍ୟ ନେଇ ପାରିବେ। ଏଥିସହ ଏହି କେନ୍ଦ୍ରରେ ମାଟି , ମଞ୍ଜି ଓ ସାର ପରୀକ୍ଷା ହୋଇ ପାରିବ। ସେହିପରି ଏହି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଳବ୍ଧ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ସେହିପରି ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଏଜ୍‌ ନାମକ ଏକ କୃଷି ଭିତ୍ତିକ ପତ୍ରିକାର ଶୁଭାରମ୍ଭ କରିଛନ୍ତି ମୋଦି। ଏହି ପତ୍ରିକା ମାଧ୍ୟମରେ ଘରୋଇ ଏବଂ ଅନ୍ତର୍ଜାତୀୟ ସାର ସମ୍ଭନ୍ଧୀୟ ସୂଚନା ପ୍ରକାଶ ପାଇବ। ସାମ୍ପ୍ରତିକ କୃଷି କ୍ଷେତ୍ରରେ ବିକାଶ, ବିଭିନ୍ନ ଉତ୍ପାଦନ ସମ୍ପର୍କରେ ଦର ବିଷୟରେ ଚାଷୀମାନେ ତଥ୍ୟ ପାଇପାରିବେ।

nis-ad
Leave A Reply

Your email address will not be published.