ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ  ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରୁ ନିବେଶକଙ୍କୁ ଭେଟି ଆଲୋଚନା ଚଲାଇଛନ୍ତି । ଆଜି 40ଟି ମିଟିଂ କରିଥିବା ବେଳେ 350 ଡେଲିଗେଟସଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିବା ଜଣାପଡ଼ିଛି ।

ସବୁଠୁ ବଡ଼ କଥା ହେଉଛି ଜଣ ଜଣ କରି ଶିଳ୍ପପତିଙ୍କୁ ସେ ଓଡ଼ିଶାରେ ନିବେଶ କରିବା ପାଇଁ କଣ ସୁବିଧା ରହିଛି ତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରୁଛନ୍ତି । ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ଏହି ଆଲୋଚନା ଚାଲିଥିବା ଦେଖିବାକୁ ମିଳିଛି ।  ଓଡ଼ିଶା ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି ଓ ଆଲୋଚନା କରୁଛନ୍ତି ।

nis-ad
Leave A Reply

Your email address will not be published.