ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ଅନୁଭବ ଏବଂ ବର୍ଷା

କଟକ, ୧୭/୧୦: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଅନୁଭବଙ୍କ ରିଭ୍ୟୁ ପିଟିସନ ଉପରେ ଫାମିଲି କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।

ଅନୁଭବ ଏବଂ ବର୍ଷାଙ୍କ ବିବାହ ଭୁବନେଶ୍ୱରରେ ହୋଇଥିଲା । କିନ୍ତୁ ବିବାହ ନୂଆଦିଲ୍ଲୀରେ ହୋଇଥିଲା ବୋଲି ଅନୁଭବ ତାଙ୍କ ମୂଳ ପିଟିସନରେ ଦର୍ଶାଇଥିଲେ । ତେବେ କୋର୍ଟ ପୂର୍ବ ନିର୍ଦ୍ଦେଶରେ ଉଭୟଙ୍କ ବିବାହ ଭୁବନେଶ୍ୱରରେ ହୋଇଥିବା ନେଇ ନିର୍ଦ୍ଦେଶ ଜାରି କରିବା ପରେ ଏହା ଟାଇପ ଜନିତ ତ୍ରୁଟି ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ କରିବାକୁ ଅନୁଭବ ରିଭ୍ୟୁ ପିଟିସନ ଦାୟର କରିଛନ୍ତି । ଯାହାର ଶୁଣାଣି ଆଜି ଶେଷ ହୋଇଛି ।

nis-ad
Leave A Reply

Your email address will not be published.