ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଯୌତୁକ ଜନିତ କାରଣରୁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଉଛନ୍ତି ସୁମିତ୍ରା ପରିଡା । ସୁମିତ୍ରା ଆଜକୁ ୬ ମାସ ତଳେ ଗଡ଼ପଳାଶୁଣି ଗାଁର ରଞ୍ଜିତ ବେହେରାକୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ବାବଦକୁ ୫୦ ହଜାର ଟଙ୍କା ଓ ଗୋଟିଏ ଟିଭିକୁ ନେଇ ସୁମିତ୍ରାଙ୍କୁ ଶାଶୂଘର ଲୋକ ନିର୍ଯ୍ୟାତନା ଦେଇ ଆସୁଥଲେ । ଯାହାକୁ ନେଇ ସୁମିତ୍ରା ନିଜ ବାପଘର ଲୋକଙ୍କୁ ଏ ବିଷୟରେ କହିଥିଲେ ।

ମାତ୍ର କାଲି ଶାଶୂଘର ଲୋକେ ତାଙ୍କୁ ମାଡ଼ ମାରି ଘରେ ରଶିରେ ଝୁଲେଇ ଦେଇଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ଅଭିଯୋଗ ପାଇବା ପରେ ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.