କାମାକ୍ଷାନଗରରେ ଯୁବକଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟରେ ଯୁବକଙ୍କୁ ଗୁଳିକରି ହତ୍ୟା । ହତ୍ୟାର କାରଣ ଅସ୍ପଷ୍ଟ। ମୃତକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ । ମିନକେତନ ଯାଜପୁର ଜିଲ୍ଲା ଟାଟାମାଇନ୍ସରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଘଟଣା ସ୍ଥଳରେ ତାଙ୍କର ଏକ ସ୍କୁଟି ପଡିରହିଛି । ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।

nis-ad
Leave A Reply

Your email address will not be published.