ଐତିହାସିକ ବାଲିଯାତ୍ରା : ୩୧ ଯାଏ ପ୍ରାକ୍‍ ବାଲିଯାତ୍ରା ଉତ୍ସବ

କଟକ: କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ମହାନଦୀର ଗଡଗଡ଼ିଆ ଘାଟଠାରେ ଏହି ଉତ୍ସବ ଚାଲିବ । ଏଥିରେ ମହାନଦୀ ସୁରକ୍ଷା ପାଇଁ ମହାନଦୀ ଆଳତୀ କରାଯିବ। ଏହା ସହିତ ହଜିଯାଉଥିବା ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ଲୋକଙ୍କୁ ସ୍ୱଚ୍ଛ ଓ ସୁନ୍ଦର ବାଲିଯାତ୍ରା ପାଇଁ ସଚେତନ କରିବା ଲାଗି ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଅନ୍ୟପକ୍ଷରେ ଚଳିତ ବର୍ଷର ବାଲିଯାତ୍ରା ପାଇଁ ଗତକାଲି ସୁଦ୍ଧା ବିଭିନ୍ନ ବ୍ୟବସାୟିକ ସଂସ୍ଥା ତଥା ବ୍ୟକ୍ତିବିଶେଷ ମୋଟ ୮୬୮ଟି ପ୍ଲଟ୍‍ ପଞ୍ଜୀକରଣ କରିଥିବା ଜଣାଯାଇଛି।

nis-ad
Leave A Reply

Your email address will not be published.